କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତଶାସନ ଦିବସ ପାଳିତ, ଆସନ୍ତା ୧ ତାରିଖରୁ କାର୍ଯ୍ୟକ୍ଷମ ହେବ ବିଜୁଭାସ୍କର ପାଠାଗାର…..

କନ୍ଧମାଳ ସନ୍ତାନ(ବ୍ୟୁର): ସରକାରୀ ନିର୍ଦ୍ଧେଶ ମୁତାବକ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ -୨୦୨୧ ମହା ଆଡ଼ମ୍ବର ସହ କୋଭିଡ -୧୯ରେ ପାଳିତ ହୋଇଯାଇଛି I ସକାଳ ୪.୩୦ ମି.ସମୟରେ ରାମଧୁନ ସହ ସକାଳ ୭.୩୦ ମି. ସମୟରେ ନିର୍ବାହୀ ଅଧିକାରୀଣି ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା I

 

ଏହା ପରେ ସହରରେ ଥିବା ଜାତୀର ପିତା ମହାତ୍ମା ଗାନ୍ଧୀ, ବୀର ଚକରା ବିଶୋଇ ଏବଂ ଶହୀଦ ବବ୍ରୁବାହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏମ.ସି.ସି. ଏବଂ ଏମ.ଆର.ଏଫ ପ୍ଲାଣ୍ଟରେ କାର୍ଯ୍ୟରତ ସ୍ୱଚ୍ଛ କର୍ମୀ ଓ ସ୍ୱଚ୍ଛ ସାଥୀ ମିଶନ ଶକ୍ତି ମାଁମାନଙ୍କୁ ଅପ୍ରୋନ, ମାସ୍କ, ଗ୍ଲୋଭସ, ସାନିଟାଇଜର, ହେଡ ଗ୍ଲୋଭସ ଇତ୍ୟାଦି ନିର୍ବାହୀ ଅଧିକାରିଣୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା I ପରିମଳ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀମାନଙ୍କୁ ମାନପତ୍ର ସହ ପୋଷକ ବିତରଣ କରାଯାଇଥିଲା I ଏମ.ସି.ସି ଏବଂ ଏମ.ଆର.ଏଫ ପ୍ଲାଣ୍ଟରେ ବୃକ୍ଷରୋପଣ କରାଯାଇଛି I ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର 1 ତାରିଖରୁ ବିଜୁ ଭାସ୍କର ପାଠାଗାର ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ନିର୍ବାହୀ ଅଧିକାରିଣୀ ନିର୍ଦେଶ ଦେଇଛନ୍ତି I ଆଜିକାର ଏହି ସ୍ୱାୟତ୍ତ ଶାସନ ଦିବସ ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା I ପରିଷଦର କର୍ମଚାରୀ ସତ୍ୟପ୍ରକାଶ ମହାପାତ୍ର, ଶିବଶଙ୍କର ଦାସ, କମ୍ବୁପାଣି ପାଣିଗ୍ରାହୀ, ପ୍ରଦୀପ ଶତପଥି, ପ୍ରଭାତ ରଞ୍ଜନ ସାହୁ, ସରିତା ରଥ, ଭବାନୀ ଶଙ୍କର ବେହେରା, ଗଣେଶ ଜେନା ଏବଂ ସସ୍ମିତା କୁମାରୀ ବେହେରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I

Related news

Skip to toolbar