କନ୍ଧମାଳ ସନ୍ତାନ

Breaking News

ଵୃକ୍ଷ ରୋପଣ କରି ସଚେତନ କଲେ ସାରିଙ୍ଗିଇର୍ପି ବନସୁରକ୍ଷା ସମିତି ଓ ଗ୍ରାମ୍ୟ କମିଟି….

କନ୍ଧମାଳ ସନ୍ତାନ(ବ୍ୟୁର): ଦାରିଙ୍ଗବାଡ଼ି ସ୍ଥିତ ସାରିଙ୍ଗିଇର୍ପି ବନସୁରକ୍ଷା ସମିତି ଓ ଗ୍ରାମ୍ୟ କମିଟିର ମିଳିତ ଉଦ୍ୟମରେ ଆଜି ବିଭିନ୍ନ ପ୍ରକାର ଫଳନ୍ତି ଗଛ ସହିତ ଔଷଧୀୟ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି I ଏଥିରେ ସମିତିର ସମସ୍ତ ସଦସ୍ୟ ସହିତ ଗ୍ରାମର ଶିଶୁ, ମହିଳା ଓ ଯୁବକଯୁବତୀ ମାନେ ଯୋଗଦେଇ ଚାରା ରୋପଣ କରିଛନ୍ତି I ୯୬୪ ବୃକ୍ଷ ଚାରକୁ କମିଟି ଗୃହର ରାସ୍ତା ଓ ଏହାର ଚତୁର ପାର୍ଶ୍ବରେ ରୋପଣ କରାଯାଇଛି I ଏହା ସହିତ ଦୁଦୁଲି ସାହି, ଗ୍ରାମ୍ୟ ଶ୍ମଶାନ ଅଞ୍ଚଳରେ ଚାର ରୋପଣ କରିବା କାର୍ଯ୍ୟକ୍ରମ ରହିଛି I ଏହି ଚାରା ରୋପଣ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇ ଚାରିଦିନରେ ଏହାକୁ ସମ୍ପୂର୍ଣ୍ଣ କରିବେ ବୋଲି ବନସୁରକ୍ଷା ସମିତିର ସଭାପତି ଧୀରେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ପ୍ରଶାନ୍ତ ପ୍ରଧାନ ଓ ଗ୍ରାମ୍ୟ କମିଟି ସଭାପତି ରାଶାନ୍ତ ପ୍ରଧାନ, ସଂପାଦକ ନିବଦ ପ୍ରଧାନ, ଡାକରା ଯକ୍ଷ ପ୍ରଧାନ ସହିତ ଦୁଃଖିମାଳି ବିନ୍ଧାଣି , କାର୍ତ୍ତିକ ପ୍ରଧାନ, ବାଲେଶ୍ଵର ପ୍ରଧାନ, ଦିନେଶ ପ୍ରଧାନ, ଉଦନ ପ୍ରଧାନ, ତପନ ନାୟକ ,କିରଣ ପ୍ରଧାନ, ଦୁଃଶାସନ ପ୍ରଧାନଙ୍କ ନେତୃତ୍ୱରେ ଚାର ରୋପଣ କରାଯାଉଛି I ଏଥିରେ ପିଜୁଳି, ଜାମୁକୋଳି, ପଣସ, ନିମ୍ବ, ଚାକୁଣ୍ଡା, କରଞ୍ଜ, ଭରଡ଼ା, ତେନ୍ତୁଳି, ଗୋଲାପ ଚାରା, ସିଆଡ଼ି ଓ ଲେମ୍ବୁ ଚାରା ରହିଛି I

Related news

Skip to toolbar