କନ୍ଧମାଳ ସନ୍ତାନ

Breaking News

ସଡ଼କ ସୁରକ୍ଷା ଏବଂ ସଚେତନତା ସଭାଯାତ୍ରାରେ ହେଲମେଟ, ଚକଲେଟ ଓ ଗୋଲାପ ଫୁଲ ଦେଇ ଗାଡ଼ି ଚାଳକଙ୍କୁସଚେତନ କଲା ଦାରିଙ୍ଗବାଡ଼ି ପୁଲିସ…

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲାରେ ହୁ ହୁ ହୋଇ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୁଲିସ I ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ପୁଲିସ ପକ୍ଷରୁ ମଧ୍ୟ ଆଜି ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା I

ଏହି ଶୋଭାଯାତ୍ରାରେ ସ୍ଥାନୀୟ ପୁଲିସ ଷ୍ଟେସ ରୁ ବାହାରି ଦାରିଙ୍ଗବାଡି ବଜାର ପରିକ୍ରମା କରିବା ସହ ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ସୌମ୍ୟକାନ୍ତ ପଣ୍ଡା ଓ ଏସଆଇ ସୌମ୍ୟରଞ୍ଜନ ଜେନା, ଏଏସଆଇ ଉମାଚରଣ ପ୍ରଧାନଙ୍କ ସମେତ ବହୁ ପୁଲିସ କର୍ମଚାରୀ ହାତରେ ପ୍ଲାଗ କାର୍ଡ଼ ଧରି ଶୋଭାଯାତ୍ରାରେ ସାମିଲ ହେବା ସହ ଲୋକଙ୍କୁ ଚକଲେଟ ଓ ଗୋଲାପ ଫୁଲ ଦେଇ ସଚେତନତା ପୋଷ୍ଟେର ଜରିଆରେ ଆପ୍ୟାୟିତ କରିଥିଲେ ଏବଂ ପ୍ରଚାର ରଥରେ ସୁରକ୍ଷିତ ଭାବେ କିପରି ଗାଡି ଚାଳନା କରାଯିବ ସେ ସମ୍ପର୍କରେ ପ୍ରଚାର କରିଥିଲେ I ଏସଆଇ ସୌମ୍ୟକାନ୍ତ ପଣ୍ଡା ଲୋକଙ୍କୁ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ କହିବା ସହ ହେଲମେଟ ପିନ୍ଧି ବାଇକ ଚଳାଇବାକୁ କହିଥିଲେ I ଏହା ସହ ଅସାବଧାନତାରେ ଗାଡ଼ି ଚଳାଇବା ଦ୍ୱାରା ଅକାଳରେ ଜୀବନ ଚାଲିଯାଉଛି ତେଣୁ ଆଜିର ଦିନରେ ସଚେତନତା ଜରୁରୀ ହୋଇପଡ଼ିଛି ବୋଲି ପ୍ରଚାର ରଥରେ ରହି ଲୋକଙ୍କୁ ବୁଝାଇଥିଲେ I ଶେଷରେ ବିନା ହେଲମେଟରେ ଥିବା ବାଇକ ଚାଳକଙ୍କୁ ଗୋଟିଏ ଗୋଟିଏ ହେଲମେଟ ପିନ୍ଧାଇଦେଇ ଲୋକଙ୍କ ଠାରେ ସଚେତନତା ସୃଷ୍ଟି କରିଥିଲେ I

Related news

Skip to toolbar