କନ୍ଧମାଳ ସନ୍ତାନ(ବ୍ୟୁର): ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ରବିବାର ଅପରାହ୍ନ ୨ଟା ସମୟରେ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟ କ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୁରୁ ପ୍ରସାଦ ମିଶ୍ର, ତୁମୁଡ଼ିବନ୍ଧ ବ୍ଲକ ସାମ୍ବାଦିକ ସଂଘର ସଭାପତି ପବିତ୍ର ଦିଗାଲ, ସନ୍ତୋଷ ଦାସ, ମାନରଞ୍ଜନ ରୟ, ବିପ୍ରଚରଣ ମାନସେଠ, ଦୀପକ କୁମାର ପରାସେଠ, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରଳୟ ରାୟ ନାୟକ, ଧର୍ମ ପଦ ନାୟକ, ସୀମାଞ୍ଚଳ ସାହୁ, ଫିଲପ ଦିଗାଲ, ଇମନୁଏଲ ନାୟକ, ଅନୁଗ୍ରହ ନନ୍ଦ ଉପସ୍ଥିତ ରହି ବିଭିନ୍ନ ଔଷଧୀୟ ବୃକ୍ଷର ଚାରା ରୋପଣ କରି ଥିଲେ I ଏହି କାର୍ଯ୍ୟକ୍ରମରେ ସଭାପତି ପବିତ୍ର ଦିଗାଲ କନ୍ଧମାଳ ଜିଲ୍ଲାରେ କ୍ଷୟ ହେଉଥିବା ସବୁଜ ବନାନୀକୁ ଗଢି ତୋଳିବା ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇ ଥିବା କହିଛନ୍ତି I ଏହି ଚାରା ରୋପଣ କାର୍ଯ୍ୟକ୍ରମ ତୁମୁଡ଼ିବନ୍ଧ ବ୍ଲକ ଅଧୀନରେ ଥିବା ୧୧ ଗୋଟି ପଞ୍ଚାୟତର କୋଣ ଅନୁକୋଣରେ ରହିଥିବା ଗ୍ରାମ ଗୁଡ଼ିକରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ ବାର୍ତା ପହଞ୍ଚାଇ ବୋଲି ତୁମୁଡ଼ିବନ୍ଧ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ କୁହାଯାଇଛି I