କନ୍ଧମାଳ ସନ୍ତାନ

Breaking News

ଫାର୍ମାସିଷ୍ଟଙ୍କ କଳା ବ୍ୟଚ୍ଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ ଜଣ ଫାର୍ମାସିଷ୍ଟ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ ପରିଧାନ କରିଥିବା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଉକ୍ତ ଦାବୀ ଗୁଡିକ ମଧ୍ୟରେ କ୍ୟାଡ଼ର ପୂର୍ଣ୍ଣ ଗଠନ, ପଦୋନ୍ନତି, ଅସ୍ଥାୟୀ ଫାର୍ମାସିଷ୍ଟଙ୍କୁ ସ୍ଥାୟୀ କରିବା, ଅନ ଲାଇନ କାର୍ଯ୍ୟ ପାଇଁ ଡିଇଓ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ଦରମା ଅସଙ୍ଗତି ଏଭଳି ୬ ଦଫା ଦାବୀ ନେଇ ଜୁନ ୧୦ ତାରିଖରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି I ଯଦି ସରକାର ଚଳିତ ମାସ ୨୦ ତାରିଖ ସୁଧା ଦାବୀ ନ ଶୁଣନ୍ତି ତେବେ କେବଳ ଔଷଧ ବିତରକ ଛଡ଼ା ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି I ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ପି.ଲଛମନ ରାଓ, ପ୍ରସନ୍ନ କୁମାର ଦାଶ ଓ ସତ୍ୟ ନାରାୟଣ ସେଠ୍ ତିନିଜଣ କାର୍ଯ୍ୟରତ ଫାର୍ମାସିଷ୍ଟ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି I ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦାବୀ ଗୁଡିକ ପୂରଣ କରିବା ପାଇଁ ଫାର୍ମାସିଷ୍ଟଙ୍କ ତରଫରୁ ଦାବୀ ହୋଇଛି I

Related news

Skip to toolbar