କନ୍ଧମାଳ ସନ୍ତାନ

Breaking News

ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ଼ ପକ୍ଷରୁ ସାମ୍ବାଦିକ ଓ ହକରଙ୍କୁ କରୋନା କୀଟ ପ୍ରଦାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଳକ ଗଣମାଧ୍ୟମ ପ୍ରତିନିଧି ଓ ହକରମାନଙ୍କୁ କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ଼ ପକ୍ଷରୁ କରୋନା କୀଟ ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମ ତହସିଲଦାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଥିଲା I ଅତିଥି ଭାବେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ରହି ସାମ୍ବାଦିକ ଓ ହକରଙ୍କୁ କରୋନା କୀଟ ପ୍ରଦାନ କରିବା ସହ ଏହି କରୋନା ମହାମାରୀ ସମୟରେ ଏହିକିଟ ସମସ୍ତଙ୍କ ଉପକାର କରୁ ବୋଲି ମଙ୍ଗଳ କାମନା କରିଥିଲେ I ଏହି ମହତ କାର୍ଯ୍ୟ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଡ଼ର ସମ୍ପାଦକ ଆଶୁତୋଷ ସାହୁ ଓ କାର୍ଯ୍ୟକ୍ରମକୁ ସହଯୋଗ କରୁଥିବା ସାମ୍ବାଦିକ ତଥା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ ଦାସଙ୍କୁ ଦାରିଙ୍ଗବାଡ଼ି ପ୍ରେସ କ୍ଳବ ସଭାପତି ପ୍ରେମଚାନ୍ଦ ସିଂ, ସଂପାଦକ ଅଶ୍ୱିନ ମନ୍ତ୍ରୀଙ୍କ ସହ ଅନ୍ୟ ସଦସ୍ୟ ରାକେଶ କୁମାର ସାହୁ, ତରଣୀ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଲାଷ୍ମୀକାନ୍ତ ରାଜଗୁରୁ, ମାଧବ ପାଇକ, ଅକେଶ୍ୱର ମାଝୀ ପ୍ରମୁଖ ସାଧୁବାଦ ଜଣାଇବା ସହ ଏହିଭଳି ସମୟରେ ଉତ୍ତମ ସ୍ଵାସ୍ଥ୍ୟରେ ରହି ଅନ୍ୟମାନଙ୍କର ଉପକାର କରିବାକୁ ଆହ୍ଵାନ ଦେଇଥିଲେ I

Related news

Skip to toolbar