କନ୍ଧମାଳ ସନ୍ତାନ

Breaking News

ଭାରତୀୟ ଜନତା ପାର୍ଟିର ସାତ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର…

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଜନତା ପାର୍ଟିର ସାତ ବର୍ଷ ପୁରତି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ରାଇକିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ସୂଚନା ଅନୁଯାୟୀ କରୋନା ମହାମାରୀ ସମୟରେ ରକ୍ତର ଅଭାବ ଥିବା ହେତୁ ରବିବାର ଦିନ ବିଜେପି ପକ୍ଷରୁ ରକ୍ତ ଦାନ ସିବିର ଆୟୋଜନ କରାଯାଇଥିଲା I ଯୁବମୋର୍ଚ୍ଚା ସଭାପତି ଗୋଲକ କଅଁରଙ୍କ ନେତୃତ୍ୱରେ ପ୍ରଥମେ ବ୍ଳକ ସମ୍ପାଦକ ସଂଞୀବ ବେହେରା ରକ୍ତ ଦାନ କରିଥିଲେ I ଏହା ପରେ ବିଜେପି କର୍ମୀମାନେ ରକ୍ତ ଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବିଜେପି ମଣ୍ଡଳ ସଭାପତି ନାରାୟଣ ପାତ୍ର, ବ୍ଳକ ଉପ ସଭାପତି ବିଲୁ ମହାନ୍ତି, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଯୁବମୋର୍ଚ୍ଚା ଜିଲ୍ଲା ଖେଲୋ ଭାରତ ସଂଯୋଜକ ଜଗନ୍ନାଥ ସାହୁ, ସ୍ଥାନୀୟ ଯୁବନେତା ଜୟଜିତ୍ ପାତ୍ର ଓ ବହୁ ବିଜେପି କ୍ରର୍ମିମାନେ ଉପସ୍ଥିତ ରହିଥିଲେ।

Related news

Skip to toolbar