କନ୍ଧମାଳ ସନ୍ତାନ

Breaking News

ରାଜ୍ୟ ଯୁବ ବିଜେଡି ଜୋଇଣ୍ଟ ସେକ୍ରେଟାରୀ ଚିନ୍ମୟ ସାହୁ ଓ ଯୁବ ନେତା ଅଶ୍ୱିନୀ ସାହୁଙ୍କ ଦ୍ୱାରା କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା କୀଟ ବଣ୍ଟନ…

କନ୍ଧମାଳ ସନ୍ତାନ(ବ୍ୟୁର): ସାରା ରାଜ୍ୟରେ କରନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି I ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଏବଂ ଉଦିପନା ସୃଷ୍ଟି ହେଇଛି l ଅନ୍ୟପକ୍ଷରେ କରୋନା ସଂକ୍ରମଣ ଦ୍ୱାରା ଅନେକ ଆଗଧାଡିର ସାମ୍ବାଦିକଙ୍କ ମୃତୁ ମଧ୍ୟ ଘଟିଛି I ଏସବୁକୁ ଦୃଷ୍ଟିରେ ରଖି ଆଜି ତୁମୁଡିବନ୍ଧ ସ୍ଥିତ ପୂର୍ତ୍ତବିଭାଗ ବଙ୍ଗଳା ଠାରେ ରାଜ୍ୟ ଯୁବ ବିଜେଡି ଜୋଇଣ୍ଟ ସେକ୍ରେଟାରୀ ଚିନ୍ମୟ କୁମାର ସାହୁ ଏବଂ ତୁମୁଡିବନ୍ଧ ବିଜେଡି ଯୁବ ନେତା ଅଶ୍ବିନୀ କୁମାର ସାହୁ ଏବଂ ସଞ୍ଜୀବ ବରାଡ଼ଙ୍କ ଦ୍ୱାରା ତୁମୁଡିବନ୍ଧ ବ୍ଲକରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକଙ୍କୁ କରୋନା ମହାମାରୀରୁ ସୁରକ୍ଷା ଦେବା ପାଇଁ ମାସ୍କ, ଗ୍ଳୋବ୍ସ, ହେଲମେଟ, ପେନ ଯୋଡିତ ସାନିଟାଈଜ଼ର, ଖାତା, ବଣ୍ଟନ କରିଥିଲେ I ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଗଲା ବେଳେ ପରିଧାନ କରିବେ ଏବଂ କରନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବେ l ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସାମ୍ବାଦିକ ସଙ୍ଘରେ ସଭାପତି ପବିତ୍ର ଦିଗାଲ, ବିପ୍ର ଚରଣ ମାନସେଟ, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ଦାସ,ଦୀପକ କୁମାର ପରାସେଠ, ବାଳକୃଷ୍ଣ ଚର୍ଚ୍ଚି, ଅନୁଗ୍ରହ ନନ୍ଦ, ମନୁ ପାତ୍ର, ଅଜିତ ଦିଗାଲ, ପ୍ରଳୟ ରାୟ ନାୟକ, ସିମାଞ୍ଚଳ ସାହୁ, ସାମୁଏଲ ନାୟକ ଏବଂ ଧର୍ମପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଜୋଏଣ୍ଟ ସେକ୍ରେଟାରୀ ଚିନ୍ମୟ ସାହୁଙ୍କ କହିବା ଅନୁଯାଇ ଗଣମାଧ୍ୟମ ହେଉଛି ଦେଶର ଚତୁର୍ଥ ସ୍ଥମ୍ଭ ସାଧାରଣ ଜନତାଙ୍କ ପ୍ରତ୍ୟେକ ଦାବୀକୁ ସରକାର ଙ୍କ ପାଖରେ ପହଞ୍ଚାଇବା ହେଉଛି ଗଣମାଧ୍ୟମର କାମ I ଏହି ପରି ଜଟିଳ ପରିସ୍ଥିତିରେ କୋଣ ଅନୁକୋଣ ବୁଲି ଖବର ସଂଗ୍ରହ କରିବା ଅତି ବିପଦ I ସେଥିପାଇଁ ଆଜି କରନା ଯୋଦ୍ଧା କିପରି ଭାବେ କରୋନାରୁ ବଞ୍ଚିତ ରହିବେ ସେଥିପାଇଁ ଏ କରନା ପ୍ରତିରୋଧକ କୀଟ ପ୍ରଦାନ କରାଗଲା ବୋଲି ମତପ୍ରକାଶ କରିଛନ୍ତି l କୀଟ ବଣ୍ଟନ ପରେ ସାମ୍ବାଦିକ ସଂଘ ର ସଭାପତି ପବିତ୍ର ଦିଗାଲ ଏବଂ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ଚିନ୍ମୟ ସାହୁ, ଅଶ୍ବିନୀ ସାହୁ ଏବଂ ସଞ୍ଜୀବ ବରାଡ଼ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I

Related news

Skip to toolbar