କନ୍ଧମାଳ ସନ୍ତାନ

Breaking News

କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜନବିକାଶ ସ୍ବେଛାସେବୀ ସଂସ୍ଥା ପକ୍ଷରୁ କରୋନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ସାରା ରାଜ୍ୟରେ କରୋନା କାୟ ବିସ୍ତାର କରିବାରେ ଲାଗିଛି I ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ଅନେକ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସରକାରଙ୍କ କରୋନାର ନିର୍ଦ୍ଧେଶାବଳି ପାଳନ କରୁ ନଥିବାର ଦେଖା ଦେଇଛି। ଯାହା ପାଇଁ ଗାଁ ଗହଳିରେ ଅଧିକ କରନାର ସଂକ୍ରମଣ ହେଉଛି ଏବଂ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି I ଏହାକୁ ଦୃଷ୍ଟିରେରେ ରଖି ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ କ.ନୂଆଗାଁ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ଜନବିକାଶ ସ୍ବେଚ୍ଛାସେବୀ ସଂସ୍ଥା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କ.ନୂଆଗାଁ, ଓଡ଼ିଶା ଜିବିକା ମିଶନ ଏବଂ ମାତୃ ଓ ଶିଶୁ ମଙ୍ଗଳ ବିଭାଗ ଅନୁଷ୍ଠାନ ମାଧ୍ୟମରେ ଆଜି କ.ନୂଆଗାଁ ବ୍ଳକର ଗୁଞ୍ଜିବାଡି ଓ ବାଲିଗାଡା ଗ୍ରାମର ଲୋକମାନଙ୍କୁ ମାସ୍କ୍, ସାବୁନ ଓ ସାନିଟାଇଜର ବଣ୍ଟନ କରାଯିବା ସହ ସଚେତନତା କରିଥିଲେ I ଏଥିରେ ବିଡ଼ିଓ ଶରତ କୁମାର ପାତ୍ର ଓ ଜନବିକାଶ ନିର୍ଦ୍ଦେଶକ ଫାଦର ମଦନ ଶୁଆଲ ସିଂ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସଚେତନତା କରିଥିଲେ I ଏହି ସଚେତନ କାର୍ଯ୍ୟ କ୍ରମରେ ଜିପିଓ ପ୍ରଦିପ କୁମାର ମହାନ୍ତି, ବିପିଏମ ପିତାମ୍ବର ଦେହୁରୀ, ସରପଞ୍ଚ ଯୁବତୀ ପ୍ରଧାନ, ଡ଼କ୍ଟର, ସିଡିପିଓ, ଆଶା କର୍ମୀ ଏବଂ ଜନବିକାଶ ଅନୂଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ I

Related news

Skip to toolbar