କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ତହସିଲରଦାରଙ୍କ ଦ୍ୱାରା ଯାଞ୍ଚ କଡ଼ାକଡ଼ି…

କନ୍ଧମାଳ ସନ୍ତାନ(ବ୍ୟୁର): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି I ଯାହା ପାଇଁ ସମଗ୍ର ବିଶ୍ୱ ଆଜି ଭୟ ଭିତ I କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି କୈାଣସି ସରକାରୀ କୋଭିଡ ନିୟମକୁ ମାନିବାକୁ ନାରାଜ I ସରକାରୀ କୋଭିଡ ନିୟମକୁ ଫୁ କରି ନିଜ ମନମାନି ଚଳାଇଥାନ୍ତି I ଏହି ଭଳି କିଛି ନିୟମ ଉଲଂଘନ ବ୍ୟବସାୟୀଙ୍କୁ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ସାବାଡ କରୁଥିବା ଦେଖିବାକୁ ମିଳିଛି I ଲକଡାଉନ୍ ସମୟରେ ତେଜରାତି ଦୋକାନ, ପରିବା ଦୋକାନ , ଅଣ୍ଡା, କ୍ଷୀର , ମାଛ, ମାଂସ ଦୋକାନ ଖୋଲିବା ପାଇଁ ଅନୁମତି ଥିବା ବେଳେ ବାଲିଗୁଡ଼ା ଏନ୍ଏସି ବଜାରରେ ପ୍ରାୟ ସମସ୍ତ ଦୋକାନ ଖୋଲା କରି ଗହଳି କରିବା ସହ ସାମାଜିକ ଦୂରତା ଉଲ୍ଲଘଂନ କରିଥିବା ଅଭିଯୋଗ ରେ ଆଜି ସ୍ଥାନୀୟ ତହସିଲଦାର ୭ ଟି ଦୋକାନ ସିଲ୍ କରିଥିବା ସୁଚନା ଦେଇଛନ୍ତି I ଏହି ମଧ୍ୟରେ ୪ ଟି ଲୁଗା ଦୋକାନ , ୨ ଟି ମୋବାଇଲ ଦୋକାନ ଓ ୧ ଟି ଚୁଡି ଦୋକାନ ସିଲ୍ କରିବା ସୁଚନା ଦେଇଛନ୍ତି I ତହସିଲଦାରଙ୍କ ଏହି କାର୍ଯ୍ୟକଳାପକୁ ସବୁ ବର୍ଗର ଜନସାଧାରଣ ପ୍ରଶଂସା କରିଛନ୍ତି I ଏହା ସହ ଏହି କାର୍ଯ୍ୟକୁ ସ୍ଵାଗତ ମଧ୍ୟ କରିଛନ୍ତି ସହର ବାସୀ I ବାଲିଗୁଡ଼ା ତହସିଲ ପ୍ରଶାସନ ଓ ପୁଲିସ ପ୍ରଶାସନ ଯେତେ କଡ଼ାକଡ଼ି ଯାଞ୍ଚ କଲେ ମଧ୍ୟ ଅମାନିଆ ଚରା ବାଟ ଦେଇ ବାଇକ୍ ଯୋଗେ ଏନ୍ଏସି ବଜାର ମଧ୍ୟ କୁ ପ୍ରବେଶ କରି ଅଯଥା ଛକ ଗୁଡିକରେ ଏକତ୍ରିତ ହୋଇ ଗୁଲି ଖଟି କରିବା ଦେଖିବାକୁ ମିଳିଛି I ଏଣୁ ବାଇକ୍ ଚାଳକ ମାନଙ୍କୁ କଡାରୁକଡା ଦଣ୍ଡ ଓ ଅମାନିଆ ଦୋକାନୀ ମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କଲେ ସାବାଡ ହେବା ସହ ସଂକ୍ରମଣ ଭୟ ମଧ୍ୟ ଦୂର ହୋଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି I

Related news

Skip to toolbar