କନ୍ଧମାଳ ସନ୍ତାନ

Breaking News

ପ୍ରଶାସନ କରିଲା ନାହିଁ, ରାସ୍ତା ମରାମତି କଲେ ଜାତୀୟ ସ୍ବେଚ୍ଛାସେବୀ ଯୁବ ସଂଗଠକ ଏବଂ ସହଯୋଗୀ…

କନ୍ଧମାଳ ସନ୍ତାନ(ବ୍ୟୁର): ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ୧୦୦ ମିଟର ମୁଖ୍ୟ ରାସ୍ତା ଅତି କଦର୍ଯ୍ୟ ହୋଇ ପଡ଼ି ରହିଥିଲା । ଆଜି ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିଞ୍ଜାମୀନ ନାୟକଙ୍କ ନେତୃତ୍ବରେ ଜାଗରଣ ଯୁବକ ସଂଘ ର ସମସ୍ତ ସଦସ୍ୟ କୁଡ଼ି, କଦାଳ , ଝୁଡ଼ି ଧରି ମୁଖ୍ୟ ରାସ୍ତାରେ ଥିବା ଖାଲ ଖମା , ମାଟି ଧୋଇ ହୋଇ ଯାଇଥିବା ଜାଗା ମାନଙ୍କରେ ପଥର ୱାଲ୍ କରି ମାଟି ସମତୁଲ କରିଥିଲେ ।

ସୂଚନା ଯୋଗ୍ୟ ଯେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ମିଡ଼ିଆକିଆ ଠାରୁ ବୋରିକିଆ ପର୍ଯ୍ୟନ୍ତ ସ୍ଵୀକୃତି ପାଇଥିଲା କୌଣସି କାରଣ ଯୋଗୁଁ ପଞ୍ଚାୟତ ର ମୁଖ୍ୟ ୧୦୦ ମିଟର ରାସ୍ତା ନିର୍ମାଣ କରାଯାଇ ନଥିଲା । ଦୈନିକ ଉକ୍ତ ରାସ୍ତାରେ ୧୦୦ ରୁ ଅଧିକ ଗାଡ଼ି ମଟର ଯିବା ଆସିବା କରୁଥିବା ବେଳେ ରାସ୍ତା ଟି ଅଣ ଓସାରିଆ ହୋଇଥିବାରୁ ଛୋଟ ଛୋଟ ଦୁର୍ଘଟଣା ଘଟୁଛି , ବର୍ଷା ଦିନେ ଅଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୮ ମାସ ତଳେ ଗ୍ରାମବାସୀ ବାଲିଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦେଇ ପରବର୍ତ୍ତୀ ସମୟରେ ଅନେକ ଥର ଯାଇ ବୁଝି ଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ବିଭାଗୀୟ ଅଧିକାରୀ ଖାଲି ପ୍ରତିଶ୍ରୁତି ଦେଇ ଦିନ ଗଡ଼େଇ ଚାଲିଛନ୍ତି । ଚଳିତ ବର୍ଷ ନିର୍ମାଣ କାର୍ଯ୍ୟ କରା ନ ଗଲେ ସମ୍ପୂର୍ଣ ପଞ୍ଚାୟତ ବାସୀ ଯାତାୟତରେ ଅଧିକ ଅସୁବିଧା ର ସମ୍ମୁଖୀନ ହେବେ । ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଯୁବକ ସଂଘ ର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ବେଶ୍ ପ୍ରଶଂସା କରିଛନ୍ତି । ଯୁବକ ସଂଘର ସଭାପତି ବିରୁପାକ୍ଷ ପାତ୍ର , ଯୁଗଳ କିଶୋର ନାୟକ, ଦକ୍ଷ, ସମୋନାଥ୍, ଲଛମନ, କୈଳାସ, ବଥୁଏଲ,ଦଶରଥ, ରଘୁ, ବନ୍ଦେଶ୍ଵର, ଯୋଗେଶ୍ୱର, ଡିଲର, ଏକାମ୍ବର ଆଦି କାର୍ଯ୍ୟରେ ସହଯୋଗ କରିଥିଲେ ।

Related news

Skip to toolbar