କନ୍ଧମାଳ ସନ୍ତାନ

Breaking News

ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବଳବତ୍ତର ରହିବ ତାଲାବନ୍ଦ…

କନ୍ଧମାଳ ସନ୍ତାନ(ବ୍ୟୁର): ଦିନକୁ ଦିନ କରୋନା ମାନବ ସମାଜରେ କାୟା ବିସ୍ତାର କରିଚାଲିଛି I ଯାହା ପାଇଁ ଲକ୍ଷ ଲକ୍ଷ ଜନସାଧାରଣ କରନାରେ ଆକ୍ରାନ୍ତ ହେବା ସହ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ବରଣ କରୁଛନ୍ତି I ପ୍ରତିଦିନ ଦେଶରେ କରୋନାର ଦ୍ଵିତୀୟ ଲେହେରରେ ବର୍ତ୍ତମାନ ମଧ୍ୟ ନିଜର କାୟା ବିସ୍ତାର କରି ରହିଛି I ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ସହ ଆବଶ୍ୟକ ନିୟମ ଲାଗୁ ହେବା ସହ ମେଡିକାଲ ସେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି I ଦେଶରେ ଦିନକରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି I
ଏଭଳି ସମୟରେ ରାଜଧାନୀ ଦିଲ୍ଲୀରେ ପୂର୍ବରୁ ତାଲାବନ୍ଦ ଲାଗୁ କରାଯାଇଥିବା ବେଳେ ଏହାକୁ ପୁଣି ବୃଦ୍ଧି କରାଯାଇଛି I ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଘୋଷଣା ହୋଇଛି I ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨୪ ମେ ଯାଏଁ ତାଲାବନ୍ଦ ଲାଗୁ କରାଯିବା ନେଇ ଆଜି ଘୋଷଣା କରିଛନ୍ତି I ତାଲାବନ୍ଦ ସମୟରେ ସମସ୍ତ କଟକଣା ଲାଗୁ ସହ କେବଳ ଅତ୍ୟାବଶ୍ୟକ ସେବାକୁ ହିଁ ଅନୁମତି ପ୍ରଦାନ କରାଯାଇଛି I

Related news

Skip to toolbar