କନ୍ଧମାଳ ସନ୍ତାନ

Breaking News

ତୁମୁଡ଼ିବନ୍ଧ ପୁଲିସର ସଫଳତା : ମଦଦୋକାନ ଡକାୟତୀ ଘଟଣାରେ ୯ ଡକାୟତ ଗିରଫ ସହ ଲୂଟ ସାମଗ୍ରୀ ଜବତ, ଜଣେ ଡକାୟତ ଛୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ତା ୧୨.୦୫, ୨୦୨୧ ରିଖ ଦିନ ତୁମୁଡିବନ୍ଧସ୍ଥିତ ଥାନା ଅଧିନସ୍ଥ ଆମ୍ବେଦକର ଛକ ନିକଟରେ ହୋଇ ଥିବା ବିଦେଶୀ ମଦ ଦୋକାନ ଲୂଟ ଘଟଣାରରେ ତୁମୁଡ଼ିବନ୍ଧ ପୁଲିସକୁ ମିଳିଛି ବଡ଼ ସଫଳତା I ଏହି ଡକାୟତୀ ଘଟଣାର ପର୍ଦ୍ଧାଫାସ କରିଛି ତୁମୁଡ଼ିବନ୍ଧ ପୁଲିସ I ଏହି ଘଟଣାର ତଦନ୍ତ କରି ଡକାୟତଙ୍କ ପାଖରେ ପହଞ୍ଚି ୯ ଜଣ ଡକାୟଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବା ବେଳେ ଜଣେ ଡକାୟତ ପୁଲିସକୁ ଚକମା ଦେଇ ଛୁ ମାରିଛି I ଛୁ ମାରିଥିବା ଡକାୟତକୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢ଼ାଉ ଜାରୀ ରହି ଥିବା ସୂଚନା ମିଳିଛି I ଅଭିଯୋଗ ଅନୁସାରେ ବିଦେଶୀ ମଦ ଦୋକାନର ମାଲିକ ଋତୁ କିଶୋର ସାହୁ ତୁମୁଡିବନ୍ଧ ଥାନାରେ ତାଙ୍କ ବିଦେଶୀ ମଦ ଦୋକାନରୁ ଗତ ୧୧,୦୫.୨୦୨୧ ରିଖ ରାତ୍ର ୧୧.୦୦ ଘଣ୍ଟିକା ସମୟରେ କିଛି ଅଜଣା ବ୍ୟକ୍ତି ଦୋକାନକୁ ବଳ ପୂର୍ବକ ପଶି ତାଙ୍କର ଜଣେ କର୍ମଚାରୀ ଓ ଜଣେ ସହଯୋଗୀଙ୍କୁ ବାନ୍ଧି ମାଡମାରି ପାଖା ପାଖ ୬ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ସାମଗ୍ରୀ ତଥା ବିଦେଶୀ ମଦ, ଗୋଟିଏ ସ୍କୁଟି ସିସିଟିଭି ହାର୍ଡ ଡିସ୍କ, ଇଭର୍ଟର ମେସିନ ଚୋରି କରି ଥିବାର ଅଭିଯୋଗ କରିଥିଲେ I ଏହାକୁ ନେଇ ଚୁମୁଡିବନ୍ଧ ଥାନା ପୁଲିସ କେସ ନମ୍ବର ୨୯/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ I ଘଟଣାରକୁ ଗୁରୁତ୍ବର ସହ ନେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ବାଲିଗୁଡ଼ା ମନୋଟ୍ଟ କୁମାର ପୁଝାହାରିଙ୍କ ନେତୃତ୍ବରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଅନ୍ୟ ପୁଲିସ ଅଧିକାରୀ ଏକ ସ୍ବତନ୍ତ୍ର ଟିମ ଡକାୟତୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ Iତଦନ୍ତ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଟିମ ଘଟଣାରେ ସମ୍ପୃକ୍ତ ଥିବା ନଅ ଜଣ ଡକାୟତଙ୍କୁ ଧରି ପଚରା ଉଚୁରା କରି ଥିଲା I ଜେରା ବେଳେ କେ. ନୂଆଗାଁ ଥାନା ଅଞ୍ଚଳରୁ ଲୁଟ ହୋଇଥିବା ବିଦେଶୀ ମଦ ଜବତ କରିଥିଲା I ଏହି ଘଟଣାରେ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସହଯୋଗୀ ଏଥିରେ ସମ୍ପୃକ୍ତ ଥିବାର ଜଣା ପଡିଛି । ତଦନ୍ତ ସମୟରେ ଜଣା ପଡିଲା ଯେ, ଲୁଟରେ ସମ୍ପୃକ୍ତ ଥିବା ଏହି ଗ୍ୟାଙ୍ଗ ଏକାଧିକ ହାଇୱେ ଲୁଟରେ ମଧ୍ୟ ସମ୍ପୃକ୍ତ ଅଛନ୍ତି ଏବଂ ହାଇୱେ ଲୁଟରେ ଅନଲାଇନ ସପିଙ୍ଗ କମ୍ପାନୀର ବିପୁଳ ପରିମାଣର ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ଜବତ କରାଯାଇଅଛି ଏବଂ ଏ ସଙ୍କ୍ରାନ୍ତରେ ପଡୋଶୀ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତାଧୀନ ଅଛି । ଏହା ସହିତ ଆସାମୀ ମାନଙ୍କ ଠାରୁ ଏକ ଧାରୁଆ ଛୁରି ଏକ ଖେଳଣା ପିସ୍ତଲ ଏବଂ ଲୁଟ ହୋଇଥିବା ସ୍କୁଟି ସିସିଟିଭି ହାର୍ଡଡିସ୍କ ଇନଭର୍ଟର ମେସିନ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଅଛି । ଏହି ଅସାମାଜିକ ବ୍ୟକ୍ତି ମାନେ ତୁମୁଡିବନ୍ଧ ଅଞ୍ଚଳରେ ବିଭିନ୍ନ ଅସାମାଳିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ୯ ଜଣ ଆସାମୀ ଗିରଫ ହୋଇଥିବା ବେଳେ ଜଣେ ଆସାମୀ ଫେରାର ହୋଇ ଥିବା ଏସଡିପିଓ ମନୋଜ ପୂଜାହାରି ସୂଚନା ଦେଇଛନ୍ତି I

Related news

Skip to toolbar