କନ୍ଧମାଳ ସନ୍ତାନ

Breaking News

ଅପରାହ୍ନ ୨ଟା ଠାରୁ ବନ୍ଦ ରହିବ ବାଲିଗୁଡ଼ାର ଏବଂ ଟିକାବାଲିର ଦୋକାନ ବଜାର…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ I କରନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବାଲିଗୁଡ଼ା ବ୍ୟବସାୟୀ ସଂଗଠନ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି I

ସ୍ଥାନୀୟ ତହସିଲଦାର, ବ୍ଲକ ପ୍ରଶାସନ ଓ ବଣିକ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ ବିଭିନ୍ନ ବ୍ୟବସାୟ ସଂଗଠନ ସହ ଆଲୋଚନା କରିଛନ୍ତି I ଏହି ସଭାରେ ଏପ୍ରିଲ ୩୦ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ ଓ ଅପରାହ୍ନ ୨ ଟା ଠାରୁ ତାପର ଦିନ ସକାଳ ୫ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି l ପୂର୍ବ ଭଳି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ ଡାଉନ ରହିବ I ବାଲିଗୁଡ଼ା ବ୍ୟବସାୟୀ ସଂଗଠନ ପ୍ରଶାସନ ସହ ଆଲୋଚନା ପ୍ରକାରେ ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ଆଇନକୁ ସମ୍ମାନ ଜଣାଇଛନ୍ତି I କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତ ବ୍ୟବସାୟୀ ଲକ୍ ଡାଉନକୁ ସମ୍ମାନ ଜଣାଇ ସଚେତନ ନାଗରିକର ପରିଚୟ ଦେଇଥିବାରୁ ପ୍ରଶାସନ ତରଫରୁ ଧନ୍ୟବାଦ ଜଣାଯାଇଛି ସ୍ଥାନୀୟ ପ୍ରଶାସନ I ସ୍ଥାନୀୟ ତହସିଲଦାର ଓ ପୁଲିସ ପ୍ରଶାସନ ଅନ୍ୟାନ୍ୟ ସରକାରୀ କର୍ମଚାରୀ ନିୟମିତ ସହର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି। ସେହି ପରି ଭାବରେ ଟିକାବାଲି ବଣିକ ସଂଘ ପକ୍ଷରୁ ମଧ୍ୟ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି I ଯାହା ପାଇଁ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହି ଥିଲା I ଏହି ଦୁଇଟି ସହରରେ କେବଳ ଜରୁରୀକାଳୀନ ସେବା ଜାରୀ ରହିବା ନେଇ ବଣିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି I

Related news

Skip to toolbar