କନ୍ଧମାଳ ସନ୍ତାନ

Breaking News

ଆବର୍ଜନା କୁଣ୍ଡରେ ପରିଣତ ବାଲିଗୁଡାର ଆଦର୍ଶ ପୋଖରୀ….

କନ୍ଧମାଳ ସନ୍ତାନ(ବ୍ୟୁର): ରକ୍ଷଣା ବେକ୍ଷଣ ଅଭାବରୁ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି ବାଲିଗୁଡ଼ା ସହର ମଧ୍ୟରେ ଥିବା ଆଦର୍ଶ ପୋଖରୀ I ଦଳ, ପଙ୍କ, ପଲିଥିନ ରେ ପରିପୂର୍ଣ୍ଣ ହେବାସହିତ ଅଦରକାରୀ ଗଛ ଲତାରେ ଭରି ରହିଛି I ପୋଖରୀଟି ତଳିଆ ଅଞ୍ଚଳରେ ରହିଥିବାରୁ ବସ ଷ୍ଟାଣ୍ଡ ରୁ ନିର୍ଗତ ଆବର୍ଜନା ପାଣି ପୋଖରୀ ଭିତରେ ପଶୁଛି I ଏହି ପୋଖରୀ ଉପରେ ପ୍ରାୟତଃ ଏନ୍.ଏ.ସି ଅଞ୍ଚଳର ନୂଆସାହି, ହାଟପଦା, ପାଟଖଣ୍ଡ ସାହି, ମୁଣ୍ଡାସାହି, ବଜାର ସାହିର ୫/୬ ଟି ୱାର୍ଡର ବାସୀନ୍ଧା ନିର୍ଭରଶୀଳ I କିନ୍ତୁ ସହରର ଅଳିଆ ଆବର୍ଜ୍ଜନା ପଡ଼ି ଧୀରେ ଧୀରେ ପୋଖରୀଟି ପୋତି ହେବାକୁ ବସିଲାଣି I ଆବର୍ଜନା ଡ୍ରେନ ପାଣି ପଶି ଏବେ ଜଳ ପାଲଟିଛି ଜହର I ଆଗକୁ ଗ୍ରୀଷ୍ମ ଋତୁରେ ଜଳ ଅଭାବ ଦେଖାଦେବ I ସହରର ଜଳ କଷ୍ଟ ଦୂରୀଭୂତ ପାଇଁ ଗ୍ରାମପଞ୍ଚାୟତ ଓ ସ୍ଥାନୀୟ ଲୋକଙ୍କ ଶ୍ରମ ଦାନରେ ପୋଖରୀ ଖୋଳା ଯାଇଥିଲା I ଗ୍ରାମ ପଞ୍ଚାୟତ ର ରାଜସ୍ବ ବୃଦ୍ଧି ନିମନ୍ତେ ମାଛ ଚାଷ ପାଇଁ ଟେଣ୍ଡର ଦିଆଯାଉଥିଲା I 9ପୋଖରୀ କୁ ସରସ ସୁନ୍ଦର କରିବା ପାଇଁ ତତ୍କାଳୀନ ଉପ-ଜିଲ୍ଲାପାଳ ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ ଏବଂ ଏହାର ଚାରିପାଖ ସଫା ସୁତରା ରଖିବା ସହିତ ଉଜ୍ଜଳ ଆଲୋକ ଓ ମୂର୍ତ୍ତୀ ସ୍ଥାପନ କରି ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ I ବାଲିଗୁଡ଼ା ଗ୍ରାମପଞ୍ଚାୟତ ଥିବା ସମୟରୁ ଖରା ଦିନ ପୂର୍ବରୁ ପୋଖରୀକୁ ସଫା ସୂତରା କରାଯାଉଥିଲା ପରେ ଏନ୍ ଏ ସି ଗଠନ ପରେ ମଧ୍ୟ ସଫା ସୁତରା କରାଯାଉଥିଲା I କିନ୍ତୁ ଦୁଇ ବର୍ଷହେବ ପୋଖରୀ ଟି ସଫା ହେଇ ନ ଥିବାରୁ ଦୀର୍ଘ 60 ବର୍ଷର ଗୌରବମୟ ଆଦର୍ଶ ପୋଖରୀ ତାର ଆଦର୍ଶ ହରାଇ ଆବର୍ଜନା କୁଣ୍ଡରେ ପରିଣତ ହେବାକୁ ଯାଉଥବାବେଳେ ଏନ୍ ଏ ସି କତୃପକ୍ଷଙ୍କ ନିଘା ନାହିଁ l ଆଗକୁ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବ ଏହି ପୋଖରୀ ତୁଠରେ ହରଗୌରୀ ଙ୍କୁ ଆବାହନ କରାଯିବ I ଏହି ପୋଖରୀ ଜଳ ପୂଜାର୍ଚ୍ଚନାରେ ବ୍ୟବହାର ହୁଏ I ହେଲେ ପୋଖରୀ ଜଳ ଦୂଷିତ ଥିବାରୁ ବାଲିଗୁଡ଼ା ବାସିନ୍ଦାଙ୍କ ମଧ୍ୟରେ ଦୁଃଖ ଓ ଅଶାନ୍ତି ପ୍ରକାଶ ପାଇଛି I ପୋଖରୀର ସଫା ଶୁତରା ପାଇଁ ଏନ୍.ଏ.ସି ପ୍ରଶାସନ ପକ୍ଷରୁ କିମ୍ବା ଦକ୍ଷିଣ କାଳୀ ଦଣ୍ଡନୃତ୍ୟ କମିଟି ପଞ୍ଚୁଦଣ୍ଡ ପରିଚାଳନା କମିଟି ଆଗେଇ ଆସିଲେ ନାହିଁ l ଜନ ସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୋଖରୀ ସଫା ଓ ପଙ୍କ ଉଦ୍ଧାର କାର୍ଯ୍ୟ କରିବା ପାଇଁ ବିଭିନ୍ନ ମହଲ ରେ ଦାବୀ ହୋଇଛି I

Related news

Skip to toolbar