କନ୍ଧମାଳ ସନ୍ତାନ

Breaking News

କଦଳୀ ମଣ୍ଡି ସ୍ଥାପନ ପାଇଁ ଦାବୀ କଲେ ମୁଣ୍ଡିଗଡ଼ କଦଳୀ ଚାଷୀ… ମୁଣ୍ଡିଗଡ଼ ବାସିଙ୍କ କଦଳୀ ଚାଷ ଅନ୍ୟ ଚାଷୀଙ୍କ ପାଇଁ ହେବ ପ୍ରେରଣାର ଉତ୍ସ- ରାଜୀବ ପାତ୍ର(ପୂର୍ବତନ ବିଧାୟ, ବାଲିଗୁଡ଼ା)

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ନୂଆସାହି I ଏହି ଗ୍ରାମର ବାସୀନ୍ଧାଙ୍କ ପାଇଁ କଦଳି ଚାଷ ମୁଖ୍ୟ ଆୟର ପନ୍ଥା ହୋଇଛି I ଏହି ଗ୍ରାମର ପ୍ରତ୍ୟେକ ଗ୍ରାମ ବାସୀ କଦଳୀ ଚାଷ କରି ଥିବାର ଦେଖା ଦେଇଛି I ଗ୍ରାମରେ ପ୍ରାୟ ୭୦ ପରିବାରରୁ ଅଧିକ ଗଣ୍ଡ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି I ଏହି ସମ୍ପ୍ରଦାୟର ଲୋକମାନେ କେବଳ ଚାଷରେ ନିର୍ଭରଶୀଳ କରି ଥାନ୍ତି I ଦୀର୍ଘ ବର୍ଷ ପରେ ଏକ ନୂତନ ଚାଷ ଅର୍ଥାତ କଦଳୀ ଚାଷ କରିବା ପାଇଁ ଆଇ.ଟି.ଡିଏ ବାଲିଗୁଡାଙ୍କ ଦ୍ଵାରା ଗ୍ରାମବାସୀ ୩୦୦ ଚାରା ପାଇ ଥିଲେ I ଗ୍ରାମରେ ବସବାସ କରୁ ଥିବା ସତୁରିରୁ ଅଧିକ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୮ ପରିବାର ଲୋକେ କଦଳୀ ଚାଷ ଆରମ୍ଭ କରିଥିଲେ I ଯାହା ଫଳରେ ଗୋଟାଏ ବର୍ଷକ ଭିତରେ ପାଖାପାଖି ଦଶ ଗୁଣ ଅଧିକ ଅମଳ ହେଇ ଥିବାରୁ ଅଞ୍ଚଳବାସୀ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି I କଦଳୀ ଚାଷ କରି ଅଠାବନ ପରିବାର ଉପକୃତ ହେଇଥିବାର ଦେଖି ଚଳିତ ବର୍ଷରେ ୧୪୩ ପରିବାର କଦଳୀ ଚାଷ କରୁଥିବା ଗ୍ରାମବାସୀମାନେ କହିଛନ୍ତି I ଜିଲ୍ଲା ପ୍ରଶାସନ ଜିଲ୍ଲା ଭିତରେ କଦଳୀ ମଣ୍ଡିର ସ୍ଥାପନ କରିଥିଲେ ଚାଷୀମାନେ ବହୁତ ଉପକୃତ ହୋଇ ପାରିଥାନ୍ତେ I ଏହା ସହ ଉପଯୁକ୍ତ ପାରିଶ୍ରମିକ ମୁଲ୍ୟ ଦେଇ ଚାଷୀ ମାନଙ୍କ ଠାରୁ ନେଲେ ଚାଷୀମାନେ ବହୁତ ଲାଭବାନ ହେଇ ପାରନ୍ତେ ବୋଲି ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି I ଲଂକାଗଡ ଗ୍ରାମ ବାସିଙ୍କ ଏହି ପରି ଚାଷକୁ ଦେଖି ପୂର୍ବତ୍ତନ ବିଧାୟ ରାଜୀବ ପାତ୍ର ବେଶ ଖୁସି ଥିବା କହିବା ସହ କଦଳୀ ମଣ୍ଡି ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି I ଏହା ଅନ୍ୟ କଦଳୀ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ପୂର୍ବତ୍ତନ ବିଧାୟକ, ବାଳିଗୁଡ଼ା ମତ ବ୍ୟକ୍ତ କରିଛନ୍ତି I

Related news

Skip to toolbar