କନ୍ଧମାଳ ସନ୍ତାନ

Breaking News

ମାଁ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ କାନ୍ଦୁଲ ଭଜା ଯାତ୍ରା…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିରେ ପାରମ୍ପରିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପଶ୍ଚିମ ଓଡ଼ିଶାରେ ହେଉଥିବା ଗଣପର୍ବ ନୂଆଖାଇ ଭଳି ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ହଜାରେ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମାଁ ପାଟ୍ଟଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି I ଏହା ମଧ୍ୟ ଗଣପର୍ବ ଭାବରେ ବିଦିତ I ପରମ୍ପାନୁଯାୟୀ ନିଆ କାନ୍ଦୂଲ ଓ ଶିମ୍ବ ମଞ୍ଜିକୁ ଭାଜି ଲିଆ ଉଖୁଡା, ନଡିଆ ଭୋଗ ସହିତ ବଣୁଆ ପଲାସଫୁଲ ଧାଧୁନଫୁଲକୁ ପୂଜାର୍ଚ୍ଚନା କରି ମାଁଙ୍କୁ ଅର୍ପଣ କରାଯାଏ I ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି I ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠରେ ବୋଦା କୁକୁଡ଼ା ମଧ୍ୟ ବଳୀ ଦିଅନ୍ତି I ଏହା ଏକ କୃଷଭିତ୍ତିକ ପର୍ବ ଅଟେ I ପୂର୍ବରୁ ମାଁ ପାଟଖଣ୍ଡାଙ୍କୁ ଆଦିବାସୀମାନେ ପୁଜା କରୁଥିଲେ କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶଧର ପୂଜାର୍ଚ୍ଚନା କରି ଆସୁଛନ୍ତି l

Related news

Skip to toolbar