କନ୍ଧମାଳ ସନ୍ତାନ

Breaking News

ନବଜୀବନ ଇଂଲିସ୍ ମିଡ଼ିୟମ଼ ସ୍କୁଲପକ୍ଷରୁ ଲିଙ୍ଗ ସମାନତା ସଚେତନତା କାର୍ଯ୍ୟକ୍ରମ….

ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ନବଜୀବନ ଇଂଲିସ୍ ମିଡ଼ିଅମ଼ ସ୍କୁଲ୍ ପକ୍ଷରୁ ଆଜି ଲିଙ୍ଗ ସମାନତା ଉଦ୍ଦେଶ୍ଯ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବର୍ତ୍ତମାନର ଯୁଗରେ ଝିଅମାନେ ପୋଲିସ, ଡାକ୍ତର, ଶିକ୍ଷତ୍ରି ଭଳି ବିଭିନ୍ନ ବିଭାଗରେ କାର୍ଯ୍ୟକରି ଆତ୍ମନିର୍ଭରଶୀଳ ହୋଇବପାରିଛନ୍ତି l ସାମାଜରେ ମହିଳାମାନଙ୍କୁ ମଧ୍ଯ ପୁରୁଷଙ୍କ ଭଳି ସମାନ୍ ଅଧିକାର ରହିଛି ଏବଂ ତାହା ମହିଳା ମାନଙ୍କୁ ପ୍ରଦାନ କରାଯାଉ I ଏଭଳି ସ୍ଲୋଗାନ୍ ଦେଇ ହାତରେ ଫ୍ଳାକ୍ କାର୍ଡ ଧରି ସ୍କୁଲ୍ ଛାତ୍ରଛାତ୍ରୀମାନେ ବଜାର ପରିକ୍ରମା କରି ସଚେତନତା କରିଥିଲେ l ଏହି ରାଲିରେ ପ୍ରଧାନ ଶିକ୍ଷତ୍ରି ସ୍ଵାଧୀନ ପାତ୍ର, ମାମୁନି ନାୟକ, ମାଳତୀ ଦିଗାଲ, ଚନ୍ଦ୍ରକାନ୍ତ ସେନାପତି ସାମିଲ୍ ହୋଇଥିବା ବେଳେ କ.ନୂଆଗାଁ ପୋଲିସ ସହଯୋଗ କରିଥିଲେ l

Related news

Skip to toolbar