କନ୍ଧମାଳ ସନ୍ତାନ

Breaking News

ଜଲେଶପଟା ଆଶ୍ରମରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଆୟୋଜିତ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସ୍ଥିତ ଜଲେଶପଟା ଶଙ୍କାରାଚାର୍ଯ୍ୟ ସଂସ୍କୃତ କନ୍ୟା ଆଶ୍ରମରେ ତିନି ଦିନ ଧରି ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ହୋଇଥିଲା I ଗତ କିଛି ଦିନ ତଳେ ଆଶ୍ରମ ମୁଖିଆ ସ୍ୱାମୀ ଜୀବନ ମୁକ୍ତା ନନ୍ଦ ପୁରୀ ବାବାଙ୍କୁ ହତ୍ୟା ଧମକ ଦିଆଯାଇଥିଲା I ଏହି ଯଜ୍ଞକୁ ବାବା ଜୀବନ ମୁକ୍ତାନନ୍ଦ ପୁରୀ ଆଗେଇ ନେଇଥିଲେ I କରନା ମହାମାରୀ ଯୋଗୁଁ ସୀମିତ ଶ୍ରଦ୍ଧାଳୁଙ୍କ ଗହଣରେ ଯଜ୍ଞଅନୁଷ୍ଠିତ ହେଇଛି l ଚଳିତ ବର୍ଷ ସୁରକ୍ଷା ଦୃଷ୍ଟିରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେଇଥିଲା I ଶେଷ ଦିବସ ଯଜ୍ଞ ପୂର୍ଣ ହୁତି ହେଇଥିଲା I ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦିନେସ ସିଂ ଜି, ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଆ ପ୍ରଭାରୀ ଆନନ୍ଦ କୁମାର ପାଣ୍ଡେ , ପ୍ରାନ୍ତ ସେବା ପ୍ରମୁଖ ହରିଷ ଚନ୍ଦ୍ର ପ୍ରଧାନ ଆଶ୍ରମର ମୁଖିଆ ସ୍ୱାମୀ ଜୀବନ ମୁକ୍ତା ନନ୍ଦ ଅଧ୍ୟକ୍ଷତା ସହ ଯଜ୍ଞ ତୁମୁଡ଼ିବନ୍ଧ ପୁଲିସ ଏଏସଆଇ ବିକ୍ରମ ଏବଂ ତାଙ୍କ ପୋଲିସ ଟିମ ମଧ୍ୟ ଉପସ୍ଥିତିରେ ଯଜ୍ଞ ସମାପନ ହୋଇଛି I

Related news

Skip to toolbar