କନ୍ଧମାଳ ସନ୍ତାନ

Breaking News

ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ଏବଂ ମାଁ ଦକ୍ଷିଣ କାଳୀ ମନ୍ଦିରର ତାଲାଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ……

କନ୍ଧମାଳ ସନ୍ତାନ(ବ୍ୟୁର): ଗତ କାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ବାଲିଗୁଡ଼ାରେ ଥିବା ଜଗନ୍ନାଥ ଏବଂ ମା ଦକ୍ଷିଣକାଳୀ ମନ୍ଦିରର ତାଲା ଭାଙ୍ଗି ଲୁଟ କରିଥିବା ଅଭିଯୋଗ ହୋଇଛି I ଯାହା ପାଇଁ ଅଞ୍ଚଳରେ ଭକ୍ତମାନଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି I
ଘଟଣା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଠାରୁ ମାତ୍ରକ ୧୦୦ ମିଟର ଦୁରରେ ଜଗନ୍ନାଥ ଓ ମା ଦକ୍ଷିଣ କାଳୀ ମନ୍ଦିର ଅବସ୍ଥିତ I ହେଲେ ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ମନ୍ଦିରରୁ ଟଙ୍କା ସମେତ ବହୁ ମୂଲ୍ୟବାନ ସମ୍ପଦ ଚୋରି ହୋଇ ଥିବା ସମ୍ପର୍କରେ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି I ଅଭିଯୋଗ ଅନୁସାରେ ଦୁର୍ବୃତ୍ତ ମାନେ ଜଗନ୍ନାଥ ମନ୍ଦିର ଏବଂ ମା ଦକ୍ଷିଣ କାଳୀ ମନ୍ଦିର ମୁଖ୍ୟ ଦ୍ଵାରର ତାଲା କାଟି ସୁନା ମଙ୍ଗଳସୁତ୍ର, ପିତଳ ହାର ସମେତ ବହୁ ମୂଲ୍ୟବାନ ସମ୍ପଦ ଏବଂ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି I ଲୁଟେରମାନେ ନିଜର କଳା କାରନାମାକୁ ଲୁଚାଇବା ପାଇଁ ମନ୍ଦିର ସୁରକ୍ଷା ପାଇଁ ଲାଗି ଥିବା କ୍ୟାମେରା ମଧ୍ୟ ନେଇ ଛନ୍ତି I ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି I

Related news

Skip to toolbar