କନ୍ଧମାଳ ସନ୍ତାନ

Breaking News

ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ….

କନ୍ଧମାଳ ସନ୍ତାନ(ବ୍ୟୁର): 72 ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଉଚ୍ଚ ବିଦ୍ୟାଳୟମାନଙ୍କରେ ୨୦୧୯-୨୦ ଶିକ୍ଷା ବର୍ଷରେ ମେଟ୍ରିକ ବୋର୍ଡ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ ୨୦୦୦ ଟଙ୍କା ରାଶି ପୁରସ୍କାର ପ୍ରଦାନ କରିଛନ୍ତି I ହବାକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଓ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଗହଣରେ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷାରେ ଅଧିକ ନମ୍ବେର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ର ଆୟୁଷମାନ ମିଶ୍ରଙ୍କୁ ପୁରସ୍କାର ରାଶି ୨୦୦୦ଟଙ୍କା ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା I ସେହିପରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ହେନା ଚନ୍ଦ୍ର ପ୍ରଧାନ ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଅର୍ଚ୍ଚନା ସାହୁଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯାଇଛି I

Related news

Skip to toolbar