କନ୍ଧମାଳ ସନ୍ତାନ

Breaking News

ଦୀର୍ଘ ମାସ ପରେ ଖୋଲିଲା ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମୁଁହରେ ଖୁସିର ଲହରୀ, କୋଭିଡିର ସମସ୍ତ ଗାଇଡ଼ ଲାଇନ ପାଳନ କରି ଆରମ୍ଭ ହେଲା ପାଠ ପଢ଼ା….

କନ୍ଧମାଳ ସନ୍ତାନ(ବ୍ୟୁର): ସରକାରଙ୍କ ନିର୍ଦ୍ଧେଶ ଅନୁସାରେ କନ୍ଧମାଳ ଜିଲ୍ଲାରେ ଖୋଲିଲା ସମସ୍ତ ବିଦ୍ୟାଳୟ ଏବଂ କଲେଜ I ବହୁଦିନର ଛୁଟି ପରେ ଆଜି ବିଦ୍ୟାଳୟ ଏବଂ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିଛି I କରନା ମହାମାରୀ ଯୋଗୁଁ ପାଖାପାଖି ନ ମାସ ସମସ୍ତ ବିଦ୍ୟାଳୟ ଏବଂ କଲେଜ ବନ୍ଦ ରହି ଥିଲା I ସେହି ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ସରକାର ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରି ଥିଲେ I କିନ୍ତୁ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଂଚଳରେ ଇଣ୍ଟରନେଟର ସୁବିଧା ନାହିଁ I ଯାହା ପାଇଁ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ସେହି ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ I ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁନୀଲ କୁମାର ପାତ୍ର ସମସ୍ତ ଛାତ୍ରଛାତ୍ରୀ କିପରି ସୁରକ୍ଷିତ ଭାବରେ ଘର ଭିତରେ ରହି ଭଲରେ ପାଠ ପଢ଼ିପାରିବେ ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ୱାଟ୍ସଅପ ଗ୍ରୁପ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁ ଥିଲେ I ବର୍ତ୍ତମାନ ପ୍ରଶାସନ ଗାଇଡ଼ ଲାଇନ ଅନୁସାରେ ଶହେ ଦିନ କ୍ଲାସ କରାଯିବା ନିମନ୍ତେ ନିର୍ଦ୍ଧେଶ ରହିଛି I ତେଣୁ ଛାତ୍ରଛାତ୍ରୀ ମାନେ କେମିତି କରୋନା କଟକଣାକୁ ମାନି ଶହେ ଦିନ କ୍ଲାସ କରିବେ ସେ ନେଇ ମହାବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ସେହି ବୈଠକରେ ଅତିଥି ରୂପେ ଯୋଗ ଦେଇଥିଲେ
ବି.ଇ.ଓ ଉଦ୍ଧବ ଚରଣ ନାୟକ ଓବେନାରବାହାଲ କ୍ଳଷ୍ଟର ସି.ଆର.ସି କୁମର ପରାସେଠ I ଏହି ବୈଠକରେ ମୁଖ୍ୟ ବକ୍ତା ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁନୀଲ କୁମାର ପାତ୍ର ଯୋଗ ଦେବା ସହ ଛାତ୍ରଛାତ୍ରୀମାନଙ୍କୁ କିପରି ଭାବରେ କରନା ମହାମାରୀ ଠାରୁ ସୁରକ୍ଷିତ ରହିବେ ସେ ନେଇ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ I ସେହି ପରି ଘୁ.ଉଦୟଗିରି ଠାରେ ଥିବା ହବାକ ଉଚ୍ଚ ବିଦ୍ୟାଳୟ ଏବଂ କଳିଙ୍ଗ ମହାବିଦ୍ୟାଳୟ ମଧ୍ୟ ଆଜି ସରକାରୀ ନିର୍ଦ୍ଦେଶ ଅନୁସାରେ ଖୋଲା ରହିଛି I ସରକାରୀ ନିର୍ଦ୍ଧେଶ ମୁତାବକ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ହୋଇ ଥିବା ଦେଖା ଦେଇଛି I

Related news

Skip to toolbar