କନ୍ଧମାଳ ସନ୍ତାନ

Breaking News

ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ, ବନ୍ଦକୁ ସମର୍ଥନ ଜଣାଇ ଘୁ.ଉଦୟଗିରିର ରାଜରାସ୍ତା ଏବଂ ବଜାର ଜନଶୂନ୍ୟ…..

କନ୍ଧମାଳ ସନ୍ତାନ(ବ୍ୟୁର): କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ଜି.ଉଦୟଗିରି ବ୍ଳକରେ ପଡିଥିବା ଦେଖିବାକୁ ମିଳିଛି I ଫଳରେ ଯାନବାହନ ଚଳାଚଳ, ଦୋକାନ ବଜାର,ସମସ୍ତ ସରକାରୀ କାର‌୍ୟ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି I ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ସଂଗଠନ ସମେତ କଂଗ୍ରେସ ଦଳ ପକ୍ଷରୁ ସହରର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରିବା ସହ ସହର ସାରା ବାଇକରାଲୀ କରିଥିଲେ।ବନ୍ଦକୁ ଦୃଷ୍ଟିରେ ରଖି ସହରର ସବୁ ଛକରେ ବ୍ୟାପକ ପୁଲିସ ମୂତୟନ କରାଯାଇଥିବା ସହ ପୁଲିସ ଗାଡି ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କ କୃଷୀ ନୀତିକୁ ବିରୋଧ କରିବା ସହ କଡା ଭାଷାରେ ନିନ୍ଦା କରି ଉକ୍ତ ବିଲକୁ ପ୍ରତ୍ୟାହାର କରିବାକୁ ଘୁ.ଉଦୟଗିରି ବ୍ଳକ କଂଗେସ ପକ୍ଷରୁ ଦାବୀ କରାଯାଇଛି I କଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଦ୍ବାରା କୃଷକ ମାନଙ୍କ ପାଇଁ ଅଣାଯାଇଥିବା ତିନୋଟି କଳା ବିଲକୁ ବିରୋଧ କରି ଆଜି ଘୁ.ଉଦୟଗିରି କଗ୍ରେସ ଦଳ ପକ୍ଷରୁ କୃଷକ ସଂଗଠନକୁ ସମର୍ଥନ ଜଣାଇ ବନ୍ଦ ଡାକରା ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି I ଏଥି ସହିତ ବନ୍ଦ ଡାକରାକୁ ସମସ୍ତ ସହରବାସୀ ସମର୍ଥନ କରିଥିବାରୁ ସମସ୍ତଙ୍କୁ କଂଗ୍ରେସ ଦଳ ତରଫରୁ ଧନ୍ୟବାଦ ଜଣାଉଛୁ ବୋଲି ମଧ୍ୟ କହିଛନ୍ତି I ଉକ୍ତ ବନ୍ଦ ଡାକରାରେ କଂଗ୍ରେସ କର୍ମୀ ଫିରୋଜ ଦିଗାଳ,ଏନ.ରାଜୁ ରାଓ, ଯାକେଶ ପ୍ରଧାନ, ଗଗନ କୁମାର ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ I ସେହି ତୁମୁଡିବନ୍ଧ ବ୍ଲକ କଂଗ୍ରେସ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି I ଏହି ଡାକରା କୁ 18 ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ କଂଗ୍ରେସ ଦୃଢ ସମର୍ଥନ କରିଛି I ତୁମୁଡିବନ୍ଧ ବ୍ଲକ କଂଗ୍ରେସ କର୍ମୀ ପ୍ରମୋଦ କୁମାର ମାନସେଠ, ହିରାସିଂ ମଣ୍ଡଳ, ଗିରିଶ ଚନ୍ଦ୍ର ପରାସେଠ ଓ ଭୀମ ଆର୍ମି ତରଫରୁ ଭିମ ଆର୍ମି ଚିପ ଓକିଲ ସଦାନନ୍ଦ ପରାସେଠ୍ ତୁମୁଡିବନ୍ଧ ବ୍ଲକରେ ବାର ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି I ଏହି ତୁମୁଡିବନ୍ଧର ହାଟପଦା, ଆମ୍ବେଦକର ଛକ ଏବଂ ତୁମୁଡିବନ୍ଧ ମୁଖ୍ୟ ବଜାର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ବନ୍ଦ ପାଳନକୁ ସମର୍ଥନ କରି କନ୍ଧମାଳ-କଳାହାଣ୍ଡିକୁ ସଂଯୋଗ କରୁଥିବା NH 59 ଜାତୀୟ ରାଜପଥ ଓ କନ୍ଧମାଳ-ରାୟଗଡାକୁ ସଂଯୋଗ ହେଉଥିବା NH 59 ଜାତୀୟ ରାଜପଥକୁ ବିକ୍ଷୋଭକାରୀ ଅବରୋଧ କରି ଭାରତ ବନ୍ଦକୁ ସମର୍ଥନ କରିଛନ୍ତି I

Related news

Skip to toolbar