କନ୍ଧମାଳ ସନ୍ତାନ

Breaking News

ଆଜିବି ବଞ୍ଚିଛି ମାନବିକତା, ବ୍ରେସଲେଟ ଫେରାଇ ମାନବିକତାର ପରିଚୟ ଦେଲେ ନାଜୁର ସାହେବ.….

କନ୍ଧମାଳ ସନ୍ତାନ(ବ୍ୟୁର): ନାଜୁର ସାହେବ I ବୟସ ହେବ ୮୦ରୁ ଉର୍ଦ୍ଧ୍ବ I ଧର୍ମରେ ମୁସଲିମ ସମ୍ପ୍ରଦାୟର I ପେସାରେ ଜଣେ ସାଇକେଲ ମେକାନିକ I ହେଲେ ମଧ୍ୟ ଜୀବନର ସଂଘର୍ଷରେ ହାରି ଯାଇ ନାହାନ୍ତି ନାଜୁର ସାହେବ I ଏହି ବୃଦ୍ଧ ବୟସରେ ମଧ୍ୟ ହାତରେ ରେଞ୍ଚ ଧରି ଘୁ.ଉଦୟଗିରିର ୱାର୍ଡ ନମ୍ବର ୫ରେ ସାଇକେଲ ମରାମତି କରି ଘୁ.ଉଦୟଗିରିରେ ବେଶ ପରିଚିତ ହୋଇ ଛନ୍ତି ନାଜୁର ସାହେବ I ଗରିବ ହେଲେ ମଧ୍ୟ ନିଜର ମାନବିକତାର ପରିଚୟ ଦେଇଛନ୍ତି ନାଜୁର ସାହେବ I
ଆଜିବି ବଞ୍ଚିଛି ମାନବିକତା I ମାନବିକତା ହିଁ ମଣିଷ ପଣିଆର ପରିଚୟ ଦେଇ ଥାଏ I ଯାହାରି ଫଳରେ ହଜିଯାଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ବ୍ରେସ ଲେଟ ଫେରିପାଇଲେ ଘୁ.ଉଦୟଗିରୀର ସହରର ଆଇନଜୀବୀ କାର୍ତ୍ତୀକ ପାଢି । ଏଭଳି ବଦାନତ୍ୟା ଦେଖାଇ ଢେର ସାରା ପ୍ରଶସାଂ ସାଉଁଟିଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରୀର ୮୦ ବର୍ଷୀୟ ସାଇକଲ ମେକାନିକ ନାଜୁର ସାହେବ । ଗରୀବ ହେଲେ ବି ସ୍ଵାଭିମାନତାର ପରିଚୟ ଦେଇ ଛନ୍ତି ନାଜୁର ସାହେବ I ଲୋଭର ବଶବର୍ତ୍ତୀ ନ ହୋଇ ରାସ୍ତାରୁ ପାଇଥିବା ସୁନା ବ୍ରେସଲେଟ ଟିକୁ ନାଜୁର ଫେରାଇ ଦେଇଥିଲେ I ହଜି ଥିବା ସୁନା ବ୍ରେସ ଲେଟ ଫେରିପାଇ ଖୁସିରେ ବିଭୋର ହୋଇ ଯାଇଥିଲେ କାର୍ତ୍ତୀକ I କେଉଁ ପ୍ରକାର ଭାବରେ କୃତଜ୍ଞତା ଜଣାଇବେ ଭାବିପାରିନଥିବା କହିଛନ୍ତି କାର୍ତିକ । ହଜିଯାଇଥିବା ମୂଲ୍ୟବାନ ବ୍ରେସ ଲେଟ ମିଳିବା ଆଶା ଛାଡିଦେଇଥିଲେ କାର୍ତ୍ତିକ I ହେଲେ ବ୍ରେସ ଲେଟ ପାଇ ତାକୁ ସାଇତି ରଖିଥିଲେ ନାଜୁର ସାହେବ । ଆଉ ଏହା କାହାର ବୋଲି ମନେମନେ ଖୋଜୁଥିଲେ ନାଜୁର’। ହେଲେ ବୁଲାବୁଲି କଲାବେଳେ ବଜାରରେ ବ୍ରେସ ଲେଟ ହଜିବା ନେଇ କିଛି ଲୋକ କଥା ହେବା ଶୁଣି ସେ ଖୋଳତାଡ଼ କରିବା ପରେ ଏହା କାର୍ତ୍ତୀକ ଙ୍କ ବୋଲି ଜାଣିବା ପରେ ଘରକୁ ଯାଇ ଉପଯୁକ୍ତ ପ୍ରମାଣ ପାଇବା ଫେରାଇ ଦେଇଥିଲେ। ଯାହାକୁ ନେଇ ଏବେ ସହରରେ ଚର୍ଚାଯୋର ଧରିଛି। ଆଉ ପ୍ରଶସାଂର ସୁଅ ଛୁଟିଛି ତାଙ୍କ ପାଖକୁ।
ସେହିପରି ଗତ ବର୍ଷ ମଧ୍ୟ ବଜାରରୁ ଏକ ମିନି ପର୍ସ ପାଇ ହଜିଯାଇଥିବା ଲୋକକୁ ଖୋଜି ଖୋଜି ଫେରାଇ ଦେଇଥିଲେ ନାଜୁର । ନାଜୁର ସାହାଵଙ୍କ ଏଭଳି ମାନବିକତା ସମାଜରେ ବଞ୍ଚିଛି ସର୍ବଦା ବଞ୍ଚି ରହିବ I ଏହା ଆଜିର ଯୁବ ସମାଜକୁ ପ୍ରେରଣା ଦେବ ବୋଲି ଅଂଚଳରେ ମତ ପ୍ରକାଶ ପାଇଛି I ଘଟଣା ସମ୍ପର୍କରେ ଆମେ ନାଜୁର ସାହେବଙ୍କ ମତାମତ ଗ୍ରହଣ କରିଥିଲୁ I ବ୍ରେସଲେଟ ଫେରସ୍ତ କରି ତାଙ୍କୁ ବେଶ ଆତ୍ମସନ୍ତୋଷ ମିଳୁଛି ବୋଲି ନାଜୁର ସାହେବ ମତ ପ୍ରକାଶ କରିଛନ୍ତି I

Related news

Skip to toolbar