କନ୍ଧମାଳ ସନ୍ତାନ

Breaking News

କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତ୍ର…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ କାର୍ଯ୍ୟ କରୁ ଥିବା କାର୍ଯ୍ୟରତ ସମ୍ବାଦିକଙ୍କ ଉପରେ ହେଉ ଥିବା ଆକ୍ରମଣ ଏବଂ ଅସଦାଚରଣକୁ ନେଇ କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି I ଗଣମାଧ୍ୟମ ସଂଘର ସଭାପତି ମିଳନ କଂହର, ଉପସଭାପତି ଫିଲିପ ଦିଗାଳ, ଉପସଭାପତି ଗଗନ କୁମାର ପ୍ରଧାନ, ସମ୍ପାଦକ ବ୍ରଜ ମୋହନ ନାୟକ, ଆଡଭାଇଜର କୁନା ଦିଗାଲ, ସାମ୍ବାଦିକ କ୍ଷୀରୋଦ ସାହାଣୀ, ସାମ୍ବାଦିକ ଶୁସାନ୍ତ ଦିଗାଳ, ସାମ୍ବାଦିକ ସୀମାଞ୍ଚଳ ସାହୁ, ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ସମେତ ଅନ୍ୟ ସାମ୍ବାଦିକ ଆରକ୍ଷୀ ଅଧୀକ୍ଷଙ୍କୁ ଲିଖିତ ପତ୍ର ପ୍ରଦାନ କରିଛନ୍ତି I ଗତ ୨ ତାରିଖ ସାନ୍ଧ୍ୟରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନାକୁ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇ ଥିଲେ I ଏତିକି ବେଳେ ଘୁ.ଉଦୟଗିରି ଥାନାର କାର୍ଯ୍ୟରତ ଜଣେ ମହିଳା ଏସଆଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଦାଚରଣ କରିଥିଲେ I ପୂର୍ବରୁ ମଧ୍ୟ ଏହି ମହିଳା ଏସଆଇଙ୍କ ବିରୋଧରେ ବହୁ ଅଭିଯୋଗ ରହି ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ I ଯାହାକୁ ନେଇ ପୁଲିସ ଉପରେ ଜନସାଧାରଣଙ୍କ ଆସ୍ଥା ତୁଟୁ ଥିବା ସହ ଅଂଚଳରେ ଅଶାନ୍ତି ପ୍ରକାଶ ପାଉଛି I ଯଦି ଗଣମାଧ୍ୟମ ପ୍ରତିନିଧିଅଙ୍କୁ ମହିଳା ଏସଆଇଙ୍କ ଏହି ପରି ବ୍ୟବହାର ତାହା ହେଲେ ସାଧାରଣ ଜନତାଙ୍କ ପ୍ରତି ବ୍ୟବହାର ଜଳଜଳ ହୋଇ ଦେଖା ଯାଉଛି ବୋଲି ଅଂଚଳରେ ମତ ପ୍ରକାଶ ପାଇଛି I ତେଣୁ ଏହି ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କନ୍ଧମାଳ ଗଣମାଧ୍ୟମ ସଂଘ ଏବଂ ଘୁ.ଉଦୟଗିରି ଜନସାଧାରଣଙ୍କ ପକ୍ଷରୁ ଦାବୀ ହୋଇଛି I ଯଦି ଜିଲ୍ଲା ପ୍ରଶାସନ କାର୍ଯ୍ୟରତ ସାମ୍ବାଦିକଙ୍କ ଦାବୀ ପ୍ରତି ଯତ୍ନବାନ ନ ହୁଅନ୍ତି ତାହା ହେଲେ ଗଣମାଧ୍ୟମ ସଂଘ ରାଜରାସ୍ତାକୁ ଓଲ୍ହାଇବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି I

Related news

Skip to toolbar