କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆଜି ଘୁ.ଉଦୟଗିରି ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି I ଏହି ଶିବିରରେ ମୋଟ ୩୨ଜଣ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ରକ୍ତ ଦାନ କରି ଥିଲେ I ଉକ୍ତ ଶିବିରକୁ ସ୍ଥାନୀୟ ଏସଡ଼ିପିଓ ଡି.ତିରୁପତି ରାଓ ପଟନାୟକ, ଆଇଆଇସି ନରେଶ କୁମାର ସାହୁ, ପୂର୍ବତନ ଏନଏସି ଉପାଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, କାଳୁ ପଣ୍ଡା , ଛାତ୍ର ବିଜେଡ଼ି ବ୍ଲକ ସଭାପତି ଛୋଟନ ନାୟକ, ଛାତ୍ର ବିଜେଡି ଏନଏସି ସଭାପତି ଅମିତ ପ୍ରଧାନ ଉପସ୍ଥିତ ରହି  ରକ୍ତଦାନ ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ବାଦ ପ୍ରତିନିଧି ସମିର କୁମାର ପାଢୀ ପରିଚାଳନା କରିଥିଲେ I ବ୍ୟବସାୟୀ ସଂଘ ସଭାଗୃହ ଠାରେ ଅନୁଷ୍ଠିତ ଶିବିରରେ ବ୍ୟବସାୟୀ ସଂଘ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, କୋଷଧକ୍ଷ ସଞ୍ଜୟ ସୁବୁଦ୍ଧି, ମାନସରଞ୍ଜନ ଦାଶ, ଶ୍ରୀନାରାୟଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Related news

Skip to toolbar