କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଠାରେ ୬୯ ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ପାଳନ…..

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ତା ୧୯.୧୧.୨୦୨୦ ରିଖ ଦିନ ୬୯ ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ କୃଷି ବିଜ୍ଞାନ କେନ୍ଦ୍ର,କନ୍ଧମାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରାମତୀ ଦିପ୍ତୀରେଖା ପ୍ରଧାନ, ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ.ଦେବାଶିଷ ମିଶ୍ର ଯୋଗ ଦେଇଥିଲେ । ସର୍ବପ୍ରଥମେ ଯଥାରୀତି ଗୋପୂଜନ କାର୍ଯ୍ୟକ୍ରମ ସଂପାଦନା କରାଯାଇଥିଲା । ଏହାପରେ ଡା.ଶ୍ରୀପତି ସେଠୀ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଘୁ. ଉଦୟଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ । ତତ୍ପରେ, ଡା.ଚକ୍ରଧର ଦାଶ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ,ଘୁ.ଉଦୟଗିରି ଏହି ଉତ୍ସବର ଆଭିମୁଖ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ତତ୍ପରେ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗୋପାଳନ ଓ ଗୋମାତା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାପରେ, ଡା.ସବୀର କୁମାର ପ୍ରଧାନ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ, ରାଇକିଆ ଗୋପାଳନ ଦ୍ୱାରା ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ, ଚକାପାଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡା. ଅଳକା ଅଭିପ୍ସା ବଳିୟାରସିଂ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା, ଘୁ. ଉଦୟଗିରି ଓ ପ୍ରାଣୀ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ । ରାଇକିଆ, ଚକାପାଦ ଓ ଘୁ. ଉଦୟଗିରିର ୩୦ ରୁ ଉର୍ଦ୍ଧ୍ବ ଗୋପାଳକ ଏଥିରେ ଅଂଶଗ୍ରହଣ କରିଥିଲେ ।

(ବିଶେଷ ସୂଚନା ସମସ୍ତ ବ୍ରେଡ଼ କନ୍ଧମାଳ ପିଜ୍ଜା ଦ୍ୱାରା ଘୁ.ଉଦୟଗିରି ଠାରେ ପ୍ରସ୍ତୁତ ଏବଂ ଉପଲବ୍ଧ)

 

Related news

Skip to toolbar