କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ପ୍ରେସ କ୍ଳବ ଗଠିତ ଏବଂ କର୍ମକର୍ତ୍ତା ମନୋନୀତ….

କନ୍ଧମାଳ ସନ୍ତାନ(ସନ୍ତାନ): କନ୍ଧମାଳ ଘୁ.ଉଦୟଗିରିର ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗ୍ରୁହରେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ  ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ସାମ୍ବାଦିକଙ୍କ ପ୍ରସ୍ତାବ କ୍ରମେ ପ୍ରେସ କ୍ଳବ ଗଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସମୀର କୁମାର ପାଢୀ, ଉପସଭାପତି ଭାବେ ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ବଟକୃଷ୍ଣ ଦାସ, ସହସମ୍ପାଦକ ରାମକୃଷ ଚୌଧୁରୀ, କୋଶାଦକ୍ଷ ଗଗନ କୁମାର ପ୍ରଧାନଙ୍କୁ ମୋନନୀତ କରାଗଲା I ଏଥିରେ ଅଗାମୀ ଦିନରେ ଏକ ପ୍ରେସ କ୍ଳବ ଗୃହ ନିର୍ମାଣ, ସମ୍ବାଦିକଙ୍କ ଏକତା, ସମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା, ସୁରକ୍ଷା ପାଇଁ ସଂକଲ୍ପ ନିଆଗଲା I ଏହି ସଭାରେ ସମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ଅନୀଲ ଦଳବେହେରା, ଜସେଫ ଦିଗାଳ ଏବଂ ପ୍ରତାପ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସଂଗଠନକୁ ଆଗକୁ ନେବା ପାଇଁ ମତାମତ ରଖି ଥିଲେ I ଶେଷରେ ପ୍ରତାପ କୁମାର ପାଢୀ ସଭାର ସଭାପତି ଏବଂ ଉପସ୍ଥିତ ସମ୍ବାଦିକଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ I

Related news

Skip to toolbar