କନ୍ଧମାଳ ସନ୍ତାନ

Breaking News

ସମ୍ବାଦିକଙ୍କ ଉପରେ ଆକ୍ରମଣ, ମାମଲା ରୁଜୁକଲା ରାଇକିଅ ପୁଲିସ….

କନ୍ଧମାଳ ସନ୍ତାନ(ବ୍ୟୁର): ପୁଣି ସମ୍ବିଧାନର ୪ର୍ଥ ସ୍ତମ୍ବ ଉପରେ ପ୍ରହାର । ଆଜି କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଖବର ସଂଗ୍ରହ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଗ୍ରାମପଞ୍ଚାୟତ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇ ଥିବା ଲିଖିତ ଭାବେ ଥାନାରେ ଅଭିଯୋଗ କରିଛନ୍ତି I ପ୍ରାପ୍ତ ସୂଚନା ଅନୁସାରେ ସଂଘର୍ଷ ମିଡିଆର କନ୍ଧମାଳ ଜିଲା ପ୍ରତିନିଧି ଗୁପ୍ତ ପ୍ରଧାନ ଆଜି ରାଇକିଆ ପଞ୍ଚାୟତ କାର୍ଯ୍ୟାଳୟକୁ ସମ୍ବାଦ ସଂଗ୍ରହ ପାଇଁ ଯାଇଥିଲେ । ସେହି ସମୟରେ ପଞ୍ଚାୟତରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । ଏହି ସମୟରେ ଗୁପ୍ତ ପ୍ରଧାନ ଅଫିସର କିଛି ଭିଜୁଆଲ ନେଉଥିଲେ I ଏତିକିବେଳେ ପଞ୍ଚାୟତର କର୍ମଚାରୀ ଜଣକ ସେଠାରେ ପହଞ୍ଚି କଣ ପାଇଁ ରେକର୍ଡିଂ କରୁଛୁ କହି ଗୁପ୍ତ ପ୍ରଧାନଙ୍କୁ ଆସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ପଞ୍ଚାୟତ କର୍ମଚାରୀଙ୍କ ଗୁଣ୍ଡା ଗର୍ଦି ବିରୋଧରେ ଗୁପ୍ତ ଏବେ ନ୍ୟାୟ ପାଇବା ପାଇଁ ରାଇକିଆ ଥାନାର ଦ୍ବାରସ୍ତ ହୋଇଛନ୍ତି । ଯଦି ଗୁପ୍ତ ପ୍ରଧାନଙ୍କୁ ନ୍ୟାୟ ନଦିଆଯାଏ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନର ରୂପ ନେବ ବୋଲି କନ୍ଧମାଳ ଜିଲା କାର୍ଯ୍ୟରତ ସାମ୍ବାଦିକ ମହଲରୁ ମତ ପ୍ରକାଶ ପାଇବା ସହ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଘଟଣା ସମ୍ପର୍କରେ ରାଇକିଆ ଥାନାଧିକାରୀଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ଆକ୍ରମଣ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି ଏବଂ ମାମଲା ରୁଜୁ କରା ଯାଇ ଥିବା ଥାନାଧିକାରୀ ସୂଚନା ଦେଇଛନ୍ତି I ରାଇକିଆ ପୁଲିସ ଏହି ଘଟଣାକୁ ନେଇ ଦଫା ୨୯୪, ୩୨୩, ୫୦୭, ୩୪ ଆଇପିସିରେ ୮୦/୨୦୨୦ ନମ୍ବର ମାମଲା ରୁଜୁ କରିଛି I

Related news

Skip to toolbar