କନ୍ଧମାଳ ସନ୍ତାନ

Breaking News

ସମାଜସେବୀଙ୍କୁ ଧମକ ଦେବା ପଡ଼ିଲା ମହଙ୍ଗା, ବଣ୍ଡଗୁଡ଼ା ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ କଲା ସାରଂଗଡ଼ ଥାନା ପୁଲିସ …….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ସାରଂଗଡ଼ ଅଞ୍ଚଳର ସମାଜସେବୀ ବିଜୟ ସାହୁଙ୍କୁ ଧମକ ଦେବା ବଣ୍ଡଗୁଡ଼ା ସରପଞ୍ଚଙ୍କୁ ମହଙ୍ଗା ପଡ଼ିଛି I ଥାନାରେ ଅଭିଯୋଗ ହେବା ପରେ ପୁଲିସ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ କରିଛି l ରବିବାର ସକାଳ ଦଶଟା ବେଳେ 200ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଧରି ସରପଞ୍ଚ ବିଜୟ ସାହୁଙ୍କ ଚଞ୍ଚଳାସାହି ସ୍ଥିତ ବାସଭବନକୁ ଯାଇ ସ୍ତ୍ରୀ ଓ ପୁଅ ଝିଅଙ୍କ ସାମ୍ନାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲୋକ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସମାଜସେବୀ ବିଜୟ ସାହୁ ଅଭିଯୋଗ କରିଥିଲେ l ଏନେଇ ପରିବାର ଲୋକେ ଭୟ ଓ ଆତଙ୍କିତ ରହି ଥିବା ମଧ୍ୟ ପ୍ରକାଶ କରିଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ ବଣ୍ଡଗୁଡା ପଂଚାୟତର କପୁଗୁଡା ଓ ମଗଡ଼ିଗାଁକୁ ବସୁଧା ଯୋଜନାରେ ସାମିଲ କରାଯିବା ସହିତ କାମ ତ୍ୱରାନ୍ୱିତ ହେଉଥିଲା I ପୁନଃ 2020–21 ଆର୍ଥିକ ବର୍ଷରେ କପୁଗୁଡା ଓ ମଗଡ଼ିଗାଁରେ 3 ଲକ୍ଷ 50 ହଜାର ବ୍ୟୟ ଅଟକଳରେ ସୋଲାର ପମ୍ପ ୱାଟର ସପ୍ଲାଇ ପାଇଁ ଅର୍ଥ ମଂଜୁର ହୋଇଥିଲା I ଗୋଟିଏ ଗାଁରେ ଦୁଇ ଦୁଇଟା ପ୍ରକଳ୍ପ ମଂଜୁରକୁ ନେଇ କ.ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀଙ୍କୁ ସମାଜସେବୀ ବିଜୟ ସାହୁ ୱାଟ୍ସଅପ ଯୋଗେ ମେସେଜ କରିଥିଲେ I ବିଡ଼ିଓଙ୍କ ତଦନ୍ତ ପରେ କଳାକାର ନାମାର ଗୁମର ଖୋଲିବା ଭୟରେ ସରପଞ୍ଚ ଗାଁ ଲୋକଙ୍କୁ ଉସୁକାଇ ସାଙ୍ଗରେ ନେଇ ଧମକ ଚମକ ଦେଇଥିବା ସମାଜସେବୀ ବିଜୟ ସାହୁ ମତ ପ୍ରକାଶ କରିଛନ୍ତି I ଏନେଇ ସମାଜସେବୀ ନ୍ୟାୟ ପାଇଁ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରି ଥିଲେ I ଉକ୍ତ ଘଟଣାକୁ ନେଇ ସାରଂଗଡ଼ ଥାନା ପୁଲିସ ଆଇପିସି ୩୪୧, ୨୯୪, ୫୦୬/୩୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି I

i

Related news

Skip to toolbar