କନ୍ଧମାଳ ସନ୍ତାନ

Breaking News

ଅଭିନୟର ଯାତ୍ରା ପଥରେ ଅଜୟ କୁମାର ମିଶ୍ର…

କନ୍ଧମାଳ ସନ୍ତାନ(ବ୍ୟୁର): ଅଭିନୟ ଏବଂ ସଙ୍ଗୀତ ପରିବେଷଣ କରିବାର ଯାତ୍ରା ପଥରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର କଳାକାର/ଗାୟକ ଅଜିୟ କୁମାର ମିଶ୍ର I ଯାହା ପାଇଁ ବେଶ ଲୋକପ୍ରିୟ ମଧ୍ୟ ହାସିଲ କରିଛନ୍ତି I ପୁରୁଣା ସଙ୍ଗୀତ ଗାନ କରି ରାସ୍ତାରେ ଯାଉ ଥିବା ଲୋକଙ୍କ ମନକୁ କିଣି ନେଉଛନ୍ତି ଅଜୟ କୁମାର ମିଶ୍ର I
ଅବୁଝା ଏ ମନ ବୁଝିଲା ନାହିଁ I ଯାହାକୁ ସେ ହୃଦୟ ଦେଇ ବସି ଥିଲେ ତାକୁ ହାସିଲ କରିବା ପାଇଁ ନିଜର ଭିଟାମାଟି ଛାଡ଼ି ବାହାରି ଥିଲେ ସହର ଅଭିମୁଖେ I ଏଇଟା କୌଣସ ସିନେମା କାହାଣୀ ନୁହେଁ I ଅଜୁ ଭାଇଙ୍କ ରିୟଲ କଥା I ରୀଲରେ ଅଜୁ ଭାଇଙ୍କ ଅନେକ କଥା ଅଛି I ଯାହା ଦର୍ଶକ ଦେଖି ବେଶ ଉପଭୋଗ କରୁଛନ୍ତି I ଏହି ଠାରେ କହି ଦେବାକୁ ଚାହୁଁଛୁ ଯେ ଅଜୁ ଭାଇ ଅନ୍ୟ କୌଣସି ନାୟିକାଙ୍କୁ ନୁହେଁ ବରଂ ଅଭିନୟ ସହ ସଙ୍ଗୀତକୁ ହୃଦୟ ଦେଇ ବସି ଥିଲେ I ନିଜଙ୍କୁ ଜଣେ କଳାକାର ଭାବରେ ପ୍ରତିଷ୍ଠିତ କରିବା ପାଇଁ ବାହାରିଲେ ସହର ଅଭିମୁଖେ I ଆଜି ଇନ୍ଦ୍ରଜାଲ, ଅବୁଝା ଏମନ, ଆମ ଘର ଲକ୍ଷ୍ମୀ, ତାରାତାରିଣୀ, ରଖିଲେ ସିଏ ମାରିବ କିଏ ଇତ୍ୟାଦି ଓଡ଼ିଆ ଧାରା ବାହିକରେ ଅଭିନୟ କରି ଘରେ ଘରେ ବେଶ ପରିଚିତ ହୋଇଛନ୍ତି I ଏହି କଳାକାରଙ୍କ ସହ କନ୍ଧମାଳ ସନ୍ତାନ ପକ୍ଷରୁ ଟେଲିଫୋନ ଯୋଗେ ଯୋଗାଯୋଗ ହୋଇଥିଲା I
ପେସାରେ ଜଣେ ଶିକ୍ଷକ I ହେଲେ ନିଶା ତାଙ୍କ ଅଭିନୟ ଏବଂ ଗୀତ ଗାଇବା I ସେ ଅନ୍ୟ କେହି ନୁହନ୍ତି ଆମ ପ୍ରିୟର ଅଜୟ କୁମାର ମିଶ୍ର I ସମସ୍ତେ ସ୍ନେହରେ ଅଜୁ ଭାଇ ବୋଲି ଡାକନ୍ତି I କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ଜନ୍ମିତ ଏହି ପ୍ରତିଭା ବର୍ତ୍ତମାନ କଟକରେ ରହି ଶିକ୍ଷକତା କରନ୍ତି I ଏହା ସହ ଓଡ଼ିଆ ଧାରାବାହିକରେ ଅଭିନୟ କରିବା ସହ ଷ୍ଟ୍ରୀଟ ସିଙ୍ଗର ମଧ୍ୟ I ଚା ଖଟି କିମ୍ବା ରାସ୍ତା କଢରେ ପୁରୁଣା ସିନେମାର ସଂଗୀତ ଗାନ କରି ଲୋକଙ୍କ ମନକୁ କିଣି ନେଇଥାନ୍ତି I ବ୍ୟସ୍ତତା ଭିତରେ ମଧ୍ୟ ଛୁଟି ନେଇ ସୁଟିଂସେଟକୁ ଯାନ୍ତି ଅଜୁ ଭାଇ I କେତେବେଳେ ଡାକ୍ତର ତୋ ଆଉ କେତେବେଳେ ଓକିଲ ଆଉ କେତେବେଳେ ନାୟୀକାଙ୍କ ଭାଇ ଏବଂ ବାପା ଭୂମିକାରେ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇ ଦର୍ଶକଙ୍କ ହୃଦୟକୁ ଜିଣିଛନ୍ତି ଅଜୁ ଭାଇ I ଏହି ପରି ଓଡ଼ିଆ ଧାରା ବାହିକର ବହୁ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ସାରିଛନ୍ତି ଅଜୟ ମିଶ୍ର ବା ଅଜୁ ଭାଇ I କନ୍ଧମାଳ ଜିଲ୍ଲାର ଏହି କଳା ପ୍ରତିଭାଙ୍କ ସହ ଫୋନ ଯୋଗେ ଯୋଗାଯୋଗ ହୋଇ ଥିଲା ଏବଂ ତାଙ୍କ ଜୀବନର ସଂଘର୍ଷର କାହାଣୀ ମଧ୍ୟ ଅନୁସନ୍ଧାନ ସମାଚାରକୁ କହିଥିଲେ I ପିଲାଟି ବେଳୁ ଗୀତ ଗାଇବାସାଙ୍ଗକୁ ଅଭିନୟ ସହ କ୍ରୀଡ଼ାବିତ ହେବାର ଇଚ୍ଛା ଥିଲା I ହେଲେ ଏହା ତାଙ୍କ ପାଇଁ ସ୍ୱପ୍ନ ଥିଲା I କିନ୍ତୁ ଏହି ଅବୁଝା ମନ ବୁଝିଲା ନାହିଁ ଅଜୁ ଭାଇଙ୍କ I ସୁଯୋଗ ଅନ୍ୱେଷଣରେ ବାହାରିଲେ ସହର ଅଭିମୁଖେ I ତାଙ୍କର ଇଚ୍ଛା ଶକ୍ତି ଆଜି ଅଜୁ ଭାଇଙ୍କୁ ଟେଲିଭିଜନ ସ୍କ୍ରୀନରେ ଅବସ୍ଥାପିତ କରିଛି I ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ଅବୁଝା ଏ ମନ, ଆମ ଘର ଲଷ୍ମୀ ସହିତ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ଅଜୟ କୁମାର ମିଶ୍ର I ଯଦି ସୁଯୋଗ ମିଳେ ତାହା ହେଲେ ଆଗାମୀ ଦିନରେ ଅଭିନୟକୁ ପେଶା ଭାବରେ ଗ୍ରହଣ କରିବେ ବୋଲି ଟେଲିଫୋନ ସାକ୍ଷାତ କାରରେ କନ୍ଧମାଳ ସନ୍ତାନକୁ କହିଛନ୍ତି ଅଜୟ କୁମାର ମିଶ୍ର I ଏହା ସହ କରୋନା ପାଇଁ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ବନ୍ଦ ହୋଇଛି ଜୀବନ ଜୀବିକା I ମୁଠାଏ ଦାନା ପାଇଁ ଆଉଟୁପାଉଟୁ ହେଛନ୍ତି ଗରିବ ଜନସାଧରଣ ଏବଂ ଗୃହ ପାଳିତ ଜୀବ I ଏହି ସମୟରେ ଅଭିନେତା ଅଜୟ କୁମାର ମିଶ୍ର ହାତରେ ଦାନା ଧରି ଭୋକିଲାଙ୍କ ପେଟକୁ ଦାନା ଦେଇଥାନ୍ତି I ଯାହାକୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଜୟ କୁମାର ମିଶ୍ର I ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ସହ ଆଥଲେଟିକ ସେକ୍ରେଟାରୀ, ଭାଇସ ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ମଧ୍ୟ ହୋଇ ଥିଲେ I ଘୁ. ଉଦୟଗିରି ସ୍ଥିତ ହାଟପଦା ୟୁ.ପି ସ୍କୁଲ ଏବଂ ହବାକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଅର୍ଜନ କରି ଥିଲେ I ଛାତ୍ର ଜୀବନରୁ କଳା ଏବଂ କ୍ରୀଡ଼ା ପ୍ରତି ଅଜୁ ଭାଇଙ୍କ ବେଶ ରୁଚି ଥିଲା I ବର୍ତ୍ତମାନ ଅଜୟ କୁମାର ମିଶ୍ର କଟକ ସହରରେ ଶିକ୍ଷକତା କରିବା ସହ ରୀଲ ଦୁନିଆରେ ବେଶ ଆକ୍ଟିଭ ଅଛନ୍ତି I

Related news

Skip to toolbar