କନ୍ଧମାଳ ସନ୍ତାନ

Breaking News

ନିଆଁରେ ଜଳୁଛି ଟିକାବାଲି ଆଖପାଖର ଜଙ୍ଗଲ, ନିଆଁକୁ ଆୟତ କରିବା ପାଇଁ ପ୍ରଶାସନର ତତ୍ପରତା ଦେଖାଉନ ଥିବା ଅଭିଯୋଗ…..

କନ୍ଧମାଳ ସନ୍ତାନ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲିର ଆଖ ପାଖ ଅଞ୍ଚଳରେ ଥିବା ଜଙ୍ଗଲ ମାନଙ୍କରେ ନିଆଁ ଲାଗିଥିବା ହେତୁ ଟିକାବାଲି ବଜାର ସମେତ ଆଖପାଖ ଅଞ୍ଚଳ ପୁରା ଧୂଆଁ ଧୂଆଁ ହୋଇ ଦିନକୁ ଦିନ ଦୂଷିତ ହେଉ ଥିବା ଅଞ୍ଚଳରେ ମତ ପ୍ରକାଶ ପାଇଛି I ବର୍ତ୍ତମାନ ଟିକାବାଲି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅଧିକ ହେଉଥିବା ବେଳେ କନ୍ଧମାଳର ଅଧିବାସୀଙ୍କ ଜୀବନଜୀବିକା ହୋଇ ଥିବା ମହୁଲ ଗୋଟେଇବା ବର୍ତ୍ତମାନ ଜୋର ଦାର ହେଉଛି I ଏହି ମହୁଲ ଗୋଟେଇ କନ୍ଧମାଳ ତଥା ଟିକାବାଲି ଅଞ୍ଚଳର ଅନେକ ପରିବାର ଏହି କିଛି ଦିନ ଗୁଜୁରାଣ ମେଣ୍ଟାଇ ଥାନ୍ତି I ତେଣୁ ମହୁଲ ଗୋଟାଇବା ପାଇଁ ପତ୍ରଝଡା ମହୁଲ ଗଛର ମୂଳରେ ଜମା ହୋଇଥିବା ପତ୍ର ଗୁଡିକୁ ପ୍ରଥମେ ଜାଳି ସଫା କରିଥାନ୍ତି I କିନ୍ତୁ ସେମାନଙ୍କର ଅସାବଧାନତା ହେତୁ ସେହି ନିଆଁ ଜଙ୍ଗଲକୁ ମାଡ଼ିଯାଇ ଥାଏ ଏବଂ ଗ୍ରୀଷ୍ମ ପ୍ରବାହ ଅଧିକ ହେତୁ ଜଙ୍ଗଲ ନିଆକୁ ଆୟତ୍ତ କରିବା ସମ୍ଭବ ହୋଇଥାଏ I ପ୍ରାୟତଃ ବିଭାଗୀୟ କର୍ମଚାରୀମାନେ ମଧ୍ୟ ବେଳେ ବେଳେ ଅଣଦେଖା କରିଥାନ୍ତି I ଆଜକୁ ପ୍ରାୟ ଦୁଇରୁ ତିନିଦିନ ହେବ ଟିପାରିଗାଁ ଜଙ୍ଗଲ ଓ ତେଙ୍ଗେଡାପଥର ଜଙ୍ଗଲ ରେ ନିଆଁ ଲାଗି ହଜାର ହଜାର ମୂଲ୍ୟବାନ ଗଛ ଜଳି ନଷ୍ଟ ହେଉଛି କିନ୍ତୁ ଟିକାବାଲି ବିଭାଗୀୟ କର୍ମଚାରୀ ନିଆଁ କୁ ଆୟତ୍ତ କରିବାକୁ ସକ୍ଷମ ହୋଇ ନ ଥିବାରୁ ଟିକାବାଲି ବଜାର ସମେତ ଆଖପାଖ ଅଞ୍ଚଳରେ ଧୂଆଁ ଭରପୁର ହୋଇ ଯାଉ ଥିବା ଦେଖା ଦେଇଛି I ଯାହା ପାଇଁ ଅଞ୍ଚକ ବାସୀଙ୍କ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ମତ ପ୍ରକାଶ ପାଇଛି I ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଠି ଦେବା ପାଇଁ ଅଞ୍ଚଳରେ ଦାବୀ ହେଉଛି I

Related news

Skip to toolbar