କନ୍ଧମାଳ ସନ୍ତାନ

Breaking News

ମୁଣ୍ଡିଗଡ଼ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମଦ ହଟାଅ ଅଭିଯାନ ଆରମ୍ଭ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଅଧିନସ୍ଥ ୧୧ଟି ଗ୍ରାମ ପଞ୍ଚାୟତର ମହିଳା ସଂୟ ସହାୟକ ଗୋଷ୍ଠୀ ଦ୍ୱାରା ଗାନ୍ଧୀ ଜୟନ୍ତୀ ଅବସରରେ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ସେବା ଭାରତୀ ସଭାଗୃହ ଠାରେ ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମର ସୁଭାରମ୍ଭ ହୋଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଧାୟକ ଚକ୍ରମଣୀ କହଁର, ତୁମୁଡିବନ୍ଧ ବ୍ଲକ ଗୋଷ୍ଠୀ ଉନ୍ନୟନ ରିନା ପ୍ରଧାନ, ତହସିଲଦାର ଅନୁରାଧା ମଲିକ, ବ୍ଲକ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର, ୧୫ ନମ୍ବର ଜୁନ ଜିଲ୍ଲା ପରିଷଦ ସଭାପତି ଯୋହନ ବାରିକ ସ୍ୱୟଂ ସହାୟକ ଗୋଷ୍ଠୀର ସଭା ନେତ୍ରୀ କଁଇତା ବାରିକଙ୍କ ସହ ସମସ୍ତ ମହିଳାମାନଙ୍କ ଉପସ୍ଥିତିରେ ନିଶାଦ୍ରବ୍ୟ /ମଦ ବିକ୍ରିକୁ ନେଇ ଆଲୋଚନା ହୋଇଥିଲ I ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ନୀମନ୍ତେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦାବୀ ଉପସ୍ଥାପନ କରିଥିଲେ I ମହିଳାମାନଙ୍କ ଏହି ନିଷ୍ପତ୍ତିକୁ ବାଲିଗୁଡା ବିଧାୟକ, ଗ୍ରାମ ପଞ୍ଚାୟତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ କଁଇତା ବାରିକ, ପୁଷ୍ପା ପାତ୍ର, ଯୋଚନା ମୟୀ ପାତ୍ର, ନମିତା ପାତ୍ର, ସୁଭଦ୍ରା ପାତ୍ର, ଗାୟତ୍ରି ପାତ୍ର, ଏଷ୍ଟର ପରାସେଟ, ଅଞ୍ଚନା ପାତ୍ର, ଜୟନ୍ତି ପାତ୍ର, ସୁକୁନ୍ତୁଳା ପାତ୍ର, ରଜନୀ ପାତ୍ର, ବନୀତା ପାତ୍ରଙ୍କ ସହ ୩୦୦ ଶହରୁ ଉର୍ଦ୍ଧ ମହିଳା ଯୋଗ ଦେଇ ଥିଲେ I

Related news

Skip to toolbar