କନ୍ଧମାଳ ସନ୍ତାନ

Breaking News

ସମସ୍ୟା ଘେରରେ ଟିକାବାଲି ବାସୀ, ସମସ୍ୟାର ସମାଧାନ ନ ହେଲେ ଅନ୍ଦୋଳନ ଚେତାବନୀ…..

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଟିକାବାଲି ସହର l ଯାହାର ସମସ୍ୟା କହିଲେ ନ ସରେ l ପ୍ରତ୍ୟକ ଦିନ ଟିକାବାଲି ସହରର ମୁଖ୍ୟ ରାସ୍ତା ଦେଇ ଶହ ଶହ ଗାଡି ମଟର ଯାତାୟତ କରିଥାନ୍ତି । ଯାହା ପାଇଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି l ସେହି ପରି ଭାବରେ ଟିକାବାଲି ଦୁଇ ବୁଲଣି ସ୍ଥାନକୁ ନେଇ ମଧ୍ୟ ସମସ୍ୟା ବଢି ବାରେ ଲାଗିଛି l ଏହାକୁ ନେଇ ଖବର ଅନେକଥର ଖବର କାଗଜରେ ପ୍ରକାଶ ହେବା ସହ ପ୍ରଶାସନକୁ ସ୍ଥାନୀୟ ବସିନ୍ଧା ବାରମ୍ବାର ଅବଗତ କରି ଆସୁଛନ୍ତି । ହେଲେ ମଧ୍ୟ ଫଳ ଶୂନେ । କେବଳ ଟିକାବାଲି ବାସୀଙ୍କ ସମସ୍ୟା ସେତିକିରେ ସୀମିତ ହୋଇ ରହି ନାହିଁ l ଅଳିଆ ଆବର୍ଜ୍ଜନା ସହରର ମୁଖ୍ୟ ରାସ୍ତା ଓ ଡ୍ରେନରେ ଭରି ହୋଇ ରହିଛି । ଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡରେ ଶୌଚାଳୟ ଅଛି ତାର ଅବସ୍ଥା ନ କହିବା ଭଲ । ବ୍ୟବହାର ହେବା ଦୂରର କଥା ଦୁର୍ଗନ୍ଧ ଯୋଗୁଁ ସେହି ରାସ୍ତା ଦେଇ ଚାଲିଯିବା ମଧ୍ୟ କଷ୍ଟକର । ବଜାର ରାସ୍ତାରେ ଶୌଚାଳୟ ବୋଲି ଗୋଟିଏ ନାହିଁ । ଅନେକ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ ତଥା ଟିକାବାଲି ଆସୁଥିବା ଯାତ୍ରୀମାନେ ।ଯାହା ପାଇଁ ଯାତ୍ରୀମାନେ ବାଧ୍ୟ ହୋଇ ରାସ୍ତା କଡ଼ରେ ଆଖିକୁ ବନ୍ଦ କରି ପରିସ୍ରା  କରୁଥିବା ଦେଖା ଦେଇଛି । ପୁରୁଷମାନଙ୍କ ପାଇଁ ଚଳି ଯାଉଛି କିନ୍ତୁ ମହିଳାମାନଙ୍କ ପାଇଁ ଶୌଚ ଯିବାରେ ବହୁ କଷ୍ଟକର ହୋଇ ପଡୁଛି । ଦିନକୁ ଦିନ ଦୁଇ ବୁଳାଣି ଛକର ସମସ୍ୟା ବଢିବାରେ ଲାଗିଛି l ଏହି ଦୁଇ ବୁଲାଣି ଛକ ହେଲା ମାଷ୍ଟ୍ରପଡ଼ା ଛକ ଓ କେଉଟ ସାହି ଛକ । ଏହି ଛକ ସଂକୀର୍ଣ ହୋଇ ଥିବାରୁ ଗାଡ଼ିଟିଏ ବୁଲି ପାରୁନାହିଁ l ଗୋଟିଏ ଗାଡ଼ି ଅଟକି ଗଲେ ରାସ୍ତା ଜାମ୍ ହୋଇଯାଉ ଥିବାର ଦେଖା ଦେଇଛି । ଯାହା ପାଇଁ ଯିବା ଆସିବାରେ ବହୁ ଅସୁବିଧା ହୁଏ । ଯାତାୟତ ସ୍ଵାଭାବିକ ହେବା ପାଇଁ ୧୫ ମିନିଟରୁ ଅଧଘଣ୍ଟା ସମୟ ଲାଗିଯାଏ । ଏକଥା ପ୍ରଶାସନ ଜାଣୀ ମଧ୍ୟ ଅନ୍ଧ, ବଧିର ଓ ମୁକ ସାଜିଛି ବୋଲି ସ୍ଥାନୀୟ ବସିନ୍ଧା କହିଛନ୍ତି । ଖବର କାଗଜରେ ଖବର ପ୍ରକାଶ ପାଉଛି l ପ୍ରଶାସନ ସବୁ ନିଜେ ଦେଖୁଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି l ମାତ୍ର କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ । ଏହି ସମସ୍ୟାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ଗୁହାରି କରି ଆସୁଛନ୍ତି l କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନର ତତ୍ପରତା ଦେଖା ଦେଇ ନାହିଁ l ପ୍ରଶାସନର ଅବହେଳା ସମଗ୍ର ଟିକାବାଲି ସହର ପାଇଁ ଦୁର୍ଭାଗ୍ୟ ଜନକ ବୋଲି କେଉଟସାହିର ବାସିନ୍ଧା ବାବୁଲାପଣ୍ଡା, ପ୍ରସ୍ନ ପ୍ରଧାନ, ବ୍ରଜବନ୍ଧୁ ପ୍ରଧାନ, ବାଳକୃଷ୍ଣ ବେହେରା, ପ୍ରଭାତ ମାଝୀ ,ଗୋପାଳ ପଣ୍ଡା, ନାଗେଶ୍ବର ସୁବୁଧୀ ଏବଂ ଟିକାବାଲି ଅଞ୍ଚଳବାସି କହିଛନ୍ତି । ଯଦି ପ୍ରଶାସନ ଯଥା ସମ୍ଭବ ଏଥି ପ୍ରତି ସଜାଗ ନ ହୁଅନ୍ତି, ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇ ଛନ୍ତି ଅଞ୍ଚଳବାସି l

Related news

Skip to toolbar