କନ୍ଧମାଳ ସନ୍ତାନ

Breaking News

ଶ୍ରୀରାମପୁର ବନାଞ୍ଚଳ ଉପ-କାର୍ଯ୍ୟାଳୟରେ ତାଲା ପକାଇଲେ ଚାରା ରୋପଣକାରୀ ଶ୍ରମିକ….

କନ୍ଧମାଳ ସନ୍ତାନ(ବ୍ୟୁର): କୋବିଡ ସମୟ ରେ କାମ୍ପା ଓ ବିଭିନ୍ନ ସ୍କିମ ରେ ଚାରା ରୋପଣ କରାଇ ଶ୍ରମିକଙ୍କ ମଜୁରୀକୁ ତତକାଳୀନ ବନପାଳ ଓ ବନରକ୍ଷୀ ଆତ୍ମସାତ କରି ଥିବା ଅଭିଯୋଗ ହୋଇଛି I ରମିଙ୍ଗଵାନ୍ଦା, ଶ୍ରୀରାମପୁର, ଶ୍ରାମ୍ବୀ ଓ ଲମ୍ବାବାଲିର 30ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଚାରା ରୋପଣକାରୀ ଶ୍ରମିକ ଶ୍ରୀରାମପୁର ବନାଞ୍ଚଳ ଉପ-କାର୍ଯ୍ୟାଳୟରେ ତାଲା ପକାଇ ଦେଇ ଥିଲେ I ଶ୍ରମିକଙ୍କ ଅଭିଯୋଗ ଅନୁସାରେ ପ୍ରାୟ ଏକ ବର୍ଷ ହେବ ଶ୍ରୀରାମପୁର ଗ୍ରାମର ତିନି ଜଣ ଯୁବକଙ୍କ ସହାୟତାରେ ଉକ୍ତ ଅଂଚଳରେ ବିଭିନ୍ନ ସ୍କିମ କାମ୍ପା, MGNREGA ଅନୁଯାଇ ଚାରା ରୋପଣରେ ନିୟୋଜିତ ହୋଇଥିଲେ ଶତାଧିକ ଶ୍ରମିକ I ହେଲେ ଉକ୍ତ ସମୟରେ କାର୍ଯ୍ୟରତ ତତକାଳୀନ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ, ବନପାଳ ଟିକେଶ୍ୱର ମଲିକ ଓ ଜଣେ ବନରକ୍ଷୀ କାମ କରାଇଥିଲେ I ପରବର୍ତୀ ସମୟରେ ସେମାନଙ୍କୁ 3ଲକ୍ଷ ରୁ ଉର୍ଦ୍ଧ ମଜୁରୀ ଅର୍ଥ ନ ଦେଇ ବଦଳି ହୋଇ ଚାଲିଯାଇଥିଲେ I ହେଲେ ଉକ୍ତ କଷ୍ଟର୍ଜିତ ଅର୍ଥ ନ ପାଇ ଶ୍ରମିକମାନେ ବର୍ତମାନର କାର୍ଯ୍ୟରତ ବନାଞ୍ଚଳ ଅଧିକାରୀଙ୍କ ପାଖକୁ ଦ୍ୱାରସ୍ଥ ହେବା ପରେ ବି ସୁଫଳ ନ ମିଳିବାରୁ ଆଜି ଶ୍ରୀରାମପୁର ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ତାଲା ପକେଇ ବିକ୍ଷୋଭ ପ୍ରଦର୍ଶନୀ କରିଥିବା କହିଛନ୍ତି I

Related news

Skip to toolbar