କନ୍ଧମାଳ ସନ୍ତାନ

Breaking News

ମାକ୍ସ ପିକପ ଓ ବାଇକ୍ ମୁହାଁମୁହିଁ ଧକ୍କା: ବାଇକ୍ ଆରୋହୀ ଗୁରୁତର ଆହତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ମଣ୍ଡାକିଆ ଠାରେ ମାକ୍ସପିକପ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି I ଏହି ଧକ୍କାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି I ସୂଚନା ଅନୁଯାୟୀ ଶନିବାର ଦିନ ଅପରାହ୍ନ ୪.୩୦ରେ ଫ୍ଳାଷ୍ଟିକ ପାଇପ୍ ବୋଝେଇ ମାକ୍ସପିକପ ଫିଲବାଣୀରୁ ମଣ୍ଡା କିଆ ଆସୁଥିବା ବେଳେ ରାଇକିଆ ବ୍ଳକ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତରୁ ଏକ ଗେ୍ଳମର ବାଇକ୍ରେ ସୁନିଲ ପ୍ରଧାନ ନାମକ ବ୍ୟକ୍ତି ଚାଉଳ ନେଇ ନିଜ ଗ୍ରାମ ଗଦ୍ରିଙ୍ଗିଆ ଅଭିମୁଖେ ଯାଉଥିଲେ I ଏତିକି ବେଳେ ମଣ୍ଡାକିଆ ବ୍ରିଜ ନିକଟରେ ମାକ୍ସପିକପ ସହ ମୁହାଁମୁହିଁ ଧକ୍କା ହୋଇଥିଲା I ଯାହାଫଳରେ ବାଇକ୍ ଆରୋହି ସୁନିଲ ପ୍ରଧାନଙ୍କ ମୁଣ୍ଡରେ ଏବଂ ଆଖିରେ ଗଭୀର ଆଘାତ ଲାଗିଥିଲା I ସେହି ମାକ୍ସ ପିକପରେ ସୁନିଲ ପ୍ରଧାନଙ୍କୁ ନେଇ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା I ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି I ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାକ୍ସପିକପ ଟିକୁ ଅଟକ ରଖିଛି I

Related news

Skip to toolbar