କନ୍ଧମାଳ ସନ୍ତାନ

Breaking News

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ସ୍ୱାମୀର ହତ୍ୟା ଉଦ୍ୟମ, ଗିରଫ ହେଲା ସ୍ୱାମୀ

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ବାଡ଼େନାଜୁ ଠାରେ ଏକ ଅଭାବନୀୟ ଘଟଣା ଘଟିଛି I ସିରିକି ଘାଇ ଠାରେ ପଥର ଦ୍ୱାରା ସ୍ତ୍ରୀ ର ମୁଣ୍ଡକୁ ଛେଚି ହତ୍ୟା ଉଦ୍ୟମ କରିଥିବାର ଘଟଣା ପଦାକୁ ଆସିଛି I ପ୍ରାପ୍ତ ସୂଚନା ଅନୁସାରେ ଘୁ. ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଡ଼େନାଜୁ ଗ୍ରାମର ଝିଅ ପ୍ରଭାସିନୀ ସାହୁ କଳିଙ୍ଗା ଡିଏଭିର ବାସୀନ୍ଧା କେଶବ ଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ I ଗତ କିଛି ମାସ ହେବ କୌଣସ କାରଣରୁ ପାରିବାରିକ ଗଣ୍ଡଗୋଳ ହୋଇ ଝିଅ ବାଡେନାଜୁ ନିଜ ବାପା ଘରେ ରହୁଥିଲେ । ଝିଅ ଘର ପକ୍ଷରୁ ସ୍ୱାମୀ କେଶବ ନାମରେ ପୂର୍ବରୁ ଘୁ.ଉଦୟଗିରି ଥାନାରେ ମଧ୍ୟ ଏକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଆଜି ସ୍ୱାମୀ ବାଡେନାଜୁ ଆସି ପ୍ରଭାସିନୀଙ୍କ ସହିତ କଥା ହୋଇ ଥିଲା I କହିଥିଲେ ଆଉ ଗଣ୍ଡଗଲ ହେବା ନାହିଁ, ଭଲରେ ରହିବା ବୋଲି ବୁଝାସୁଝା କରିଥିଲା ଓ ତାଙ୍କ ଘରେ ଖାଦ୍ୟ ମଧ୍ୟ ଖାଇଥିଲା I

କିଛି ସମୟ ପରେ ବୁଲିଯିବା କହି ସିର୍କୀ ଘାଇର ନାଣ୍ଡା ନିକଟକୁ ଦୁହେଁ ଯାଇଥିଲେ । ସେଠାରେ ପୂର୍ବ ଯୋଜନା ମୁତାବକ କେଶବ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ଜୀବନରେ ମାରିବା ପାଇଁ ପ୍ରୟାସ କରିଥିଲେ I ମହିଳାଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ଲୋକ ସେଠାକୁ ଦୌଡ଼ି ଯାଇ ଥିଲେ I ଲୋକଙ୍କୁ ଦେଖି କେଶବ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ଛାଡି ଫେରାର ହୋଇ ଥିଲେ I ଘଟଣା ସମ୍ପର୍କରେ ପରିବାର ଲୋକ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଆମୁଲାନ୍ସ ମାଧ୍ୟମରେ ଘୁ.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଏନେଇ ମହିଳାଙ୍କ ବାପା ପ୍ରକାଶ ସାହୁ ଥାନାରେ ଅଭିଯୋଗ କରିଥିଲେ I ଘୁ.ଉଦୟଗିରି ପୁଲିସ ଘଟଣାକୁ ନେଇ ଦଫା ୪୯୮(ଏ), ୩୨୩, ୩୦୭ ଆଇପିସିରେ ୩୯/୦୪/୨୦୨୧ନଂ ଏକ ମାମଲା ରୁଜୁ କରି ଅଭିଯୁକ୍ତ କେଶବ ଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରି ଥିବା ତଦନ୍ତକାରୀ ଅଫିସର ଏସଆଇ ବିଭୁତି ଭୂଷଣ ମୁଦୁଲି ସୂଚନା ଦେଇଛନ୍ତି I

Related news

Skip to toolbar