କନ୍ଧମାଳ ସନ୍ତାନ

Breaking News

ରହସ୍ୟ ଘେରରେ ସାରଙ୍ଗଡ଼ ଫର୍ମାଶିଷ୍ଟ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର ଘଟଣା, ନ୍ୟାୟ ଅପକ୍ଷରେ ପରିବାର….

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି ମଧ୍ୟ ରହସ୍ୟ ଘେରରେ ସାରଂଗଡ଼ ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ୍ୟୁ ଘଟଣା l ଏଯାଏଁ ଛାତ୍ରଙ୍କ ମୃତ୍ୟୁ ଘଟଣାର ସୁରାକ ପୁଲିସକୁ ମିଳି ପାରି ନାହିଁ l ନ୍ୟାୟ ଅପେକ୍ଷାରେ ପରିବାର ବର୍ଗ I କନ୍ଧମାଳ ଜ଼ିଲ୍ଲା ସାରଙ୍ଗଗଡ଼ରେ ବହୁ ଚର୍ଚ୍ଚିତ ଫାର୍ମାସିଷ୍ଟ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର ଘଟଣା ଏବେ ବି ରହସ୍ୟ ଘେରରେ I

ମୃତକଙ୍କ ପରିବାର ଲୋକେ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଦାବୀ କରୁଥିବା ବେଳେ ପୁଲିସ ଏହା ହତ୍ୟା ନା ଆତ୍ମହତ୍ୟା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ l ଗତ ଚଉଦ ତାରିଖରୁ ନିଖୋଜ ଯୁବକଙ୍କ ଗଳିତଶବକୁ 17 ତାରିଖରେ ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଳାଇଥିଲା I ହେଲେ ମଧ୍ୟ ପୁଲିସକୁ ହତ୍ୟାକାରୀର ସୁରାକ ମିଳି ନାହିଁ l ବାହାଡାପଦା ଗ୍ରାମର ଏକୋଇସି ବର୍ଷୀୟା କଲେଜ ଛାତ୍ର ଶରଣ ପଞ୍ଜର ନାୟକଙ୍କ ଚଉଦ ତାରିଖ ଦିନ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା I ଜେଜେମାଙ୍କ ଶବଦାହ କରିବାକୁ ଯାଇ ଆଉ ସେ ଘରକୁ ଫେରିନ ଥିଲେ I ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ମିଳିନଥିଲା I

ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ I ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ଶବ ଭାଷୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ଓ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ ଆଣିଥିଲେ l ପରିବାର ଲୋକ ହତ୍ୟାକାଣ୍ଡ ପ୍ରେମ ଜନିତ ହୋଇ ଥିବା ଅଭିଯୋଗକାରି ଥିଲେ I ଛାତ୍ରଙ୍କ ମୃତ୍ୟୁ ପାଇଁ ପ୍ରେମିକାଙ୍କ ପରିବାରଙ୍କୁ ଦାୟୀ କରିଥିଲେ l ଏତେଲା କ୍ରମେ ପୁଲିସ ପ୍ରେମିକାର ପରିବାରକୁ ଥାନାରେ ପଚର ଉଚରା ପାଇଁ ଆଣି ଛାଡି ଦେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଥିଲା I ଅଞ୍ଚଳବାସୀ ଗତ 23 ତାରିଖ ଦିନ ସାରଙ୍ଗଡ଼ ଥାନାକୁ ଘେରାଉ କରିବା ସହ ଟାୟାର ଜାଳି ରାଜରାସ୍ତା ଅବରୋଧ କାରିଥିଲେ I ଦୀର୍ଘ ଆଠ ଘଣ୍ଟା ଧରି ରାଜରାସ୍ତାକୁ ଅବରୋଧ ପରେ ସାରଙ୍ଗଡ଼ରେ କନ୍ଧମାଳ ଏସପି ଓ ଜ଼ିଲ୍ଲାପାଳ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇ ଥିଲେ I ଏହା ପରେ ରାସ୍ତା ଅବରୋଧ ହଟିଥିଲା I କିନ୍ତୁ ତଦନ୍ତର ଆଳ ଦେଖାଇ ସାରଙ୍ଗଡ଼ ଥାନା ପୁଲିସ ଦିନଗଡ଼ାଇ ଚାଲିଛି ଏବଂ ଥାନାରେ ସନ୍ଦେହରେ ଅଟକ ରଖି ଥିବା ଲୋକଙ୍କୁ ପୁଲିସ ପ୍ରତ୍ୟେକ ଦିନ ରାତିରେ ଛାଡିଦେଉ ଥିବା ମୃତ ଛାତ୍ରଙ୍କ ପରିବା ଅଭିଯୋଗ କରିଛନ୍ତି l ପୁଲିସର ଟାଳଟୁଳ ନୀତିଯୋଗୁଁ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି ମୃତ ଶରଣପଞ୍ଜରଙ୍କ ପରିବାର l ଆଜକୁ ପ୍ରାୟ 25 ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀର ସନ୍ଧାନ ପାଇ ପରିନାହିଁ I ଫଳରେ ସ୍ଥାନୀୟ ପୁଲିସ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟି ଯାଇଥିବା କହିଛନ୍ତି ପରିବାର ଲୋକେ l ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ପରିବାର ଲୋକେ l ଶରଣ ପଞ୍ଜରଙ୍କୁ ଝୁରି ହେଉଛନ୍ତି ମାଁ ଝୁରି ହେଉଛନ୍ତି ପରିଜନ l ପରିବାର ପରିଜନଙ୍କ ଆଖିରୁ ଶୁଖୁନି ଲୁହ ହତ୍ୟାଅଭିଯୁକ୍ତଙ୍କୁ କୋଠର ଦଣ୍ଡ ବିଧାନ ପାଇଁ ଦାବୀ କରିଛନ୍ତି I ଶରଣପଞ୍ଜରଙ୍କ ମୃତ୍ୟୁ ଘଟଣା ଏବେବି ରହସ୍ୟହୋଇ ରହିଛି l ଏନେଇ ସାରଂଗଡ଼ ଥାନାଧିକାରୀଙ୍କ ପ୍ରତିକ୍ରିୟା ଗ୍ରହଣ କରାଯାଇ ଥିଲା I ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି I ଅନ୍ୟ ରିପୋର୍ଟ ଗୁଡିକର ଆବଶ୍ୟକତା ରହିଛି I ସେହି ରିପୋର୍ଟ ଆସିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇ ଛନ୍ତି I

Related news

Skip to toolbar