କନ୍ଧମାଳ ସନ୍ତାନ

Breaking News

ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇ ଥିବା ଅଭିଯୋଗରେ ଥାନାରେ ମାମଲା…

କନ୍ଧମାଳ ସନ୍ତାନ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଳକର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଛାତ୍ରୀ ନିବାସର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି I ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ କେସ ନଂ ୨୦୫/୨୦୨୧ରେ ରୁଜୁ ହୋଇ ଏହାର ତଦନ୍ତ ଚାଲିଛି I ସୂଚନା ମୁତାବକ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ମାସ ୧୫ତାରିଖ ଦିନ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠ ପଢା ଚାଲିଛି I ସେହି କ୍ରମରେ ସମସ୍ତ ଛାତ୍ରଛାତ୍ରୀ ନିବାସରେ ଅନ୍ତେବାସୀ ଭାବେ ଛାତ୍ରଛାତ୍ରୀ ରହି ଆସୁଛନ୍ତି I ହେଲେ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଛାତ୍ରୀମାନେ ଛାତ୍ରୀ ନିବାସରେ ରହିବା ପରେ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ଉକ୍ତ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜାଣିବା ପରେ ସେହି ସମ୍ପର୍କରେ ଛାତ୍ରୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ I ଏକ ନାବାଳକଙ୍କ ସହିତ ସଂପର୍କ ଥିବା ସୂଚନା ପାଇଲା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲିଖିତ ଭାବେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି I

Related news

Skip to toolbar