କନ୍ଧମାଳ ସନ୍ତାନ

Breaking News

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର ଘଟଣା, ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ଦାରିଙ୍ଗବାଡି କାର୍ଯ୍ୟରତ ସାମ୍ବାଦିକ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ସାମ୍ବାଦିକଙ୍କୁ ଟାଉନ ଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ଦୁର୍ବ୍ୟବହାର ଘଟଣା ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି I ଏହାର ତିବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀ କରି ଦାରିଙ୍ଗବାଡି ପ୍ରେସକ୍ଲବ ସଭାପତି ପ୍ରେମଚାନ୍ଦ ସିଂ, ସମ୍ପାଦକ ଅଶ୍ଵିନ ମନ୍ତ୍ରୀ, କଷାଧ୍ୟକ୍ଷ ତରଣୀ ସାହୁଙ୍କ ସମେତ ରାକେଶ କୁମାର ସାହୁ ଓ ଅନ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ସ୍ଥାନୀୟ ଗୋଷ୍ଠୀଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ସୋମବାର ଦିନ ଦାବୀ ପତ୍ର ପ୍ରଦାନ କରିଛନ୍ତି I ଏହା ସହ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ଯୋଜନାରେ ସାମିଲ କରିବା, ବାଦ ପଡ଼ିଥିବା ସାମ୍ବାଦିକଙ୍କୁ ଟିକା ପ୍ରଦାନ, କରୋନା କାଳରେ କରୋନା କୀଟ ସହ ଉତ୍ତମ ଚିକିତ୍ସା, କ.ନୂଆଗାଁ ଓ ଫୁଲବାଣୀର ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ମଧ୍ୟ ଦାବୀ କରିଛନ୍ତି I

Related news

Skip to toolbar