କନ୍ଧମାଳ ସନ୍ତାନ

Breaking News

ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କଲେ ଶିକ୍ଷକ: ଜନ୍ମ ଦିନରେ ବୃଦ୍ଧ ଓ ବୃଦ୍ଧାଙ୍କୁ ସାବୁନ,ସାନିଟାଇଜ଼ର ଓ ମାକ୍ସ ବଣ୍ଟନ କଲେ…

କନ୍ଧମାଳ ସନ୍ତାନ(ବ୍ୟୁର): ମହାମାରୀ କରୋନାର ଯୋଗୁଁ ଅତି ନିଆର ଢଙ୍ଗରେ ନିଜର ୫୩ତମ ଜନ୍ମ ଦିନ ପାଳନ କରିଛନ୍ତି ଵରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନୟକ I ଏହି ଜନ୍ମଦିନ ପାଳନ ଅବସରରେ କବି ବିଦେଶୀ ନାୟକ ଗ୍ରୀନବାଡ଼ିର ସାହିର ପ୍ରତ୍ୟେକ ଘର ବୁଲି ବୃଦ୍ଧଓବୃଦ୍ଧାଙ୍କୁ ପ୍ରଥମେ ସାନିଟାଇଜର, ସାବୁନ ଓ ମାସ୍କ ବଣ୍ଟନ କରିଥିଲେ ଏବଂ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନତାର ବାର୍ତ୍ତା ମଧ୍ୟ ଦେଇ ଥିଲେ I ଏହି ସମୟରେ କବି ବିଦେଶୀ ନାୟକ କହିଛନ୍ତି ଯେ ଖୁସି ବାଣ୍ଟିଲେ ଖୁସି ବଢେ I ମାସ୍କ ବ୍ୟବହାର ସହ ସମଦୂରତା ବଜାୟ ରଖିବା ଏଥି ସହ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ କହିବା ସହ ସରକାରଙ୍କ କୋଭିଡ଼ ନିୟମ ମାନି ଚଳିଲେ ହିଁ କରୋନା ସଂକ୍ରମଣକୁ ସମୂଳେ ନିପାତ କରିପାରିବା ବୋଲି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇ ଥିଲେ I ଏହି ସଚେତନ ମୁଳକ କାର୍ଯ୍ୟକ୍ରମରେ ଗ୍ରୀନବାଡ଼ି ଗ୍ରାମର ଯୁବକମାନେ ମାସ୍କ ଏବଂ ସାନିଟାଇଜର ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I କୋଭିଡ଼ କଟକଣା ମଧ୍ୟରେ କବିଙ୍କ ଏଭଳି ନିଆରା ଢଙ୍ଗରେ ଜନ୍ମ ଦିନ ଅବସରରେ ସଚେତନ କରିବା ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସାର କରାଯାଇଛି I

Related news

Skip to toolbar