କନ୍ଧମାଳ ସନ୍ତାନ

Breaking News

ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ୪ ବର୍ଷର ଝିଅ ବ୍ଲେସିର ଶିଳାଳୀ ପତ୍ରରେ ପ୍ରସ୍ତୁତ ପୋଷାକ ଓ ତୁଣ୍ଡି ପିନ୍ଧା ଫୋଟ…

କନ୍ଧମାଳ ସନ୍ତାନ(ବ୍ୟୁର): ଶିଆଳି ପତ୍ରରେ ପ୍ରସ୍ତୁତ କରି ପୋଷାକ ଓ ତୁଣ୍ଡି ପିନ୍ଧା ଫୋଟ ବେସ୍ ଭାଇରାଲ ହେବାରେ ଲାଗିଛି I ମୁଣ୍ଡରେ ଫୁଲ ଓ ପତ୍ରରେ ସଜା ହୋଇଥିବା ବେଳେ ଡାଳ , ପତ୍ର ଏବଂ ଫୁଲରେ ଅତି ସୁନ୍ଦର ଭାବେ ସଜା ହୋଇଛି ପୋଷାକ I ଏହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି I ଯାହାକୁ ଚାରି ବର୍ଷର କୁନି ଝିଅ ପିନ୍ଧିଛି I କେହି ଜଣେ ଏହି ଫୋଟ ଉଠାଇ ଫେସ ବୁକରେ ପୋଷ୍ଟ କରିଛି I ଏହା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତେରାବାଡ଼ି ଗ୍ରାମର କୁନି ଝିଅ ବ୍ଲେସି ପ୍ରଧାନ ବୋଲି ଜଣାପଡ଼ିଛି I ଛୋଟ ଝିଅ ବୟସ ମାତ୍ର ୪ ବର୍ଷ ହେଲେ ମଧ୍ୟ ତାଙ୍କ ପାଖରେ ରହିଛି କୁଆଡ଼େ ଅନେକ ପ୍ରତିଭା I କୁନି ଝିଅଟି ବେଶ ଖୁସିରେ ଏହି ପୋଷାକଟି ପିନ୍ଧିଛି I ପତ୍ର ଓ ଫୁଲକୁ ଅତି ସୁନ୍ଦର ଭାବେ ମୁଣ୍ଡରେ ଖୋସି ସେ ଜଙ୍ଗଲ ମଧ୍ୟରେ ଉଠାଇଥିବା ଫୋଟଟି ଅତି ଆକର୍ଷଣ ହୋଇଛି I ଏହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚାରେ ଅଛି I ତାର ନିଆରା ଫୋଟ ପାଇଁ ଘରେ ଘରେ ସେ ଏବେ ବେଶ ପରିଚିତ ହୋଇଯାଇଛି I ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ବଣ ପାହାଡ଼ ଘେରା ଅଞ୍ଚଳରେ ବହୁ ପ୍ରତିଭା ରହିଥିବାର ଏହା ଏକ ନମୁନା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

Related news

Skip to toolbar