କନ୍ଧମାଳ ସନ୍ତାନ

Breaking News

ସରକାରୀ ଅନୁଦାନକୁ ହରିଲୁଟ??? ଡେମ ଥିଲେ ମଧ୍ୟ ହୋଇ ପାରୁ ନାହିଁ ଚାଷ ଜମିକୁ ଜଳ ସେଚନ, ଅଭିଯୋଗ କଲେ ସମାଜସେବୀଙ୍କ ସମେତ ଅଞ୍ଚଳବାସୀ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତ I ଏହି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ହେବ I ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ୧୪ଟି ୱାର୍ଡର ରଟିଙ୍ଗିଆ, ଡଡାପଡ଼ା, ସରସୁନିଙ୍ଗିଆ, ତୁମୁସିଙ୍ଗିଆ, କଲାନାଜୁ, ଜେ.ପଡ଼ିକିଆ, ଝିମାଙ୍ଗିଆ, ଡକେଡ଼ି, ସାରଂଗଧର ପୁର, ଆର.ପଡ଼ିକିଆ, କାଲିନାଜୁ, ଧାଙ୍ଗାଡ଼ାମା ଗ୍ରାମକୁ ନେଇ ଗଠିତ I ଏହି ଅଞ୍ଚଳବାସୀଙ୍କ ଜଳ ସମସ୍ୟାକୁ ଦୁର କରିବା ପାଇଁ ତୁମୁସିଙ୍ଗିଆ ଠାରେ ଏକ ଘାଇ ନିର୍ମାଣ କରାଯାଇଥିଲା I

ଘାଇ ତିଆରି ହେବା ପରେ ଅଞ୍ଚଳବାସୀଙ୍କ ମନରେ ଚାଷ କରି ଆତ୍ମନିର୍ଭରଶିଳ ହେବାର ଆଶା ଜାଗି ଉଠିଥିଲା I ଏହା ସହ ପାନିୟ ଜଳ ସମସ୍ୟା ମଧ୍ୟ ଦୁର ହେବା ନେଇ ଗ୍ରାମପଞ୍ଚାୟତ ବାସୀ ଆଶା ରଖି ଥିଲେ I ହେଲେ ସେହି ଆଶା ବର୍ତ୍ତମାନ ଫିକା ପଡ଼ିଥିବା ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ସାରଙ୍ଗଧର ଗ୍ରାମର ସଚେତନ ନାଗରିକ ତଥା ସମାଜସେବୀ ହୃଷିକେଶ ପ୍ରଧାନ ମତପ୍ରକାଶ କରିଛନ୍ତି I ଏହି ଅଞ୍ଚଳ ବାସୀଙ୍କ କୃଷିର ବିକାଶ ଏବଂ ପାନିୟ ଜଳ ସଙ୍କଟ ଦୁର କରିବା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତୁମୁସିଙ୍ଗିଆ ଘାଇ ନିର୍ମାଣ କଲେ I କିନ୍ତୁ ତାହା ଏବେ ଅବହେଳିତ I ଆମେ ବର୍ଷକୁ ଦୁଇ ଥର ଜଳ କର ଦେଉଛୁ I କିନ୍ତୁ ଆମ ଚାଷ ଜମିକୁ ଯଥେଷ୍ଟ ଜଳ ସେଚିତ ହୋଇ ପାରୁ ନାହିଁ I ଘୁ.ଉଦୟଗିରି ଠାରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀ ଏହି ଘାଇର ପୁନଃରୁଦ୍ଧାର ଏବଂ ଚାଷ ଜମିକୁ ଜଳ ସେଚନ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଅନୁଦାନକୁ କାଗଜ କଲମରେ ବ୍ୟୟକରି ହରିଲୁଟ କରୁଛନ୍ତି ବୋଲି ସମାଜସେବୀ ହୃଷିକେଶ ପ୍ରଧାନ ଅଭିଯୋଗ କରିଛନ୍ତି I ଯାହା ପାଇଁ ଆଜି ୧୦୦୦ରୁ ଉର୍ଦ୍ଧ୍ବ କୃଷକଙ୍କ ଚାଷ ଜମିକୁ ଜଳ ସେଚିତ ହୋଇନ ପାରି ଚାଷ ଜମି ପଡ଼ିଆ ପଡୁଥିବା ସମାଜସେବୀ ସୂଚନା ଦେଇଛନ୍ତି I ଘୁ.ଉଦୟଗିରି ଠାରେ କାର୍ଯ୍ୟରତ କିଛି ଅସାଧୁ ବିଭାଗୀୟ ସରକାରୀଙ୍କ ଅସାଧୁ କାମ ପାଇଁ ଆଜି ଏହି ଅଞ୍ଚଳର ଚାଷୀ ଚାଷ କରି ଜୀବିକା ନିର୍ବାହ କରିବାରୁ ବଞ୍ଚିତ ହେଉଛନ୍ତି ବୋଲି ସମାଜସେବୀ ହୃଷିକେଶ ପ୍ରଧାନ ଦୋଷାରୋପ କରିଛନ୍ତି I ତେଣୁ ଏହି ଅସାଧୁ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ଦାବୀ କରିଛନ୍ତି ସମାଜସେବୀ ହୃଷିକେଶ ପ୍ରଧାନ I ଏହାକୁ ନେଇ ଅଞ୍ଚଳ ବାସୀ ପ୍ରଶାସନ ପାଖରେ ଦାବୀ କରି ଆସୁଛନ୍ତି I କିନ୍ତୁ ଫଳ ଶୁନେ I ଯଦି ପ୍ରଶାସନ ଅଞ୍ଚଳ ବାସିଙ୍କ ସ୍ୱର୍ଥ ଏବଂ ଦାବୀ ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମାଜସେବୀ ହୃଷିକେଶ ପ୍ରଧାନଙ୍କ ସମେତ ରଟିଙ୍ଗିଆ ଗ୍ରାମପଞ୍ଚାୟତର ଅଜୟ କୁମାର ପ୍ରଧାନ, କମଳା ପ୍ରଧାନ, ଅଭୟ କୁମାର ପ୍ରଧାନ, ଶିଶିରକାନ୍ତ ପ୍ରଧାନ, ଆରିୟାନ୍ସ୍ ମଲ୍ଲିକ, ସୁଜିତ ପ୍ରଧାନ, ଜିନତମା ପ୍ରଧାନ, କାଲିମାଇ ପ୍ରଧାନ, କାକି ପ୍ରଧାନ, କାନ୍ତିରାଣୀ ପ୍ରଧାନ, ସଭାବତୀ ପ୍ରଧାନ ଓ ଗାଁର ଅନ୍ୟମାନେ ଚେତାବନୀ ଦେଇଛନ୍ତି I କେବଳ ତୁମୁସିଙ୍ଗିଆ ଡେମ ନୁହେଁ ଘୁ.ଉଦୟଗିରି ବ୍ଲକ ଅଞ୍ଚଳରେ ଥିବା ଡେମ ଗୁଡିକ ଆଜି ଅବହେଳିତ I ଯାହା ସିରିକି ଡେମ ଠାରୁ ଜଳ ସେଚନ ହେବ ପାଇଁ ତିଆରି ହୋଇ ଥିବା କେନାଲ ଏବଂ ସିରିକି ଘାଇର ତଦାରଖରୁ ବିଭାଗୀୟ କର୍ମଚାରୀଙ୍କ କାଳୀକାରନାମା ଜଳଜଳ ହୋଇ ଦେଖା ଯାଉଛି ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି I ତେଣୁ ଘଟଣାର ତଦନ୍ତ ନିମନ୍ତେ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar