କନ୍ଧମାଳ ସନ୍ତାନ

Breaking News

ମୌଳିକ ସୁବିଧାରୁ ବଞ୍ଚିତ ହାତିମୁଣ୍ଡା ଗ୍ରାମପଞ୍ଚାୟତ ବାସୀ… ମୋବାଇଲ ଟାୱାର ସ୍ଥାପନ ସହ ମେରାମାହା-ହାତିମୁଣ୍ଡା ରାସ୍ତା ମରାମତି ଏବଂ ବିଜାଲୁ-ହାତିମୁଣ୍ଡା ରାସ୍ତା ତିଆରି ପାଇଁ ଦାବୀ

କନ୍ଧମାଳ ସନ୍ତାନ( ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକର ହାତିମୁଣ୍ଡା ଗ୍ରାମପଞ୍ଚାୟତ I ସ୍ଥାନୀୟ ବସିନ୍ଧାଙ୍କ ସୂଚନା ମୁତାବକ ଏହି ପଞ୍ଚାୟତ ୧୯୬୪ ମସିହାରେ ଗଠିତ ହୋଇ ଥିଲା I ବର୍ତ୍ତମାନ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ୧୪ଟି ୱାର୍ଡକୁ ନେଇ ଗଠିତ I ଭୋଟର୍ସ ସଂଖ୍ୟା  ୩୦୦୦ରୁ ଉର୍ଦ୍ଧ୍ବ ହେବ I କିନ୍ତୁ ବର୍ତ୍ତମାନ ସୁଦ୍ଧା ହାତିମୁଣ୍ଡା ଗ୍ରାମପଞ୍ଚାୟତ ବାସୀ ଡିଜିଟାଲ ସେବା ପାଇବାରୁ ବଞ୍ଚିତ I ଯାହା ପାଇଁ ଏହି ଅଞ୍ଚଳର ଛାତ୍ରଛାତ୍ରୀ କରୋନା ମହାମାରୀ ସମୟରେ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି I ଏହା ସହ ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସକାଶେ ଆମ୍ବୁଲାନ୍ସ ସହ ଯୋଗାଯୋଗ ପାଇଁ ମୋବାଇଲ ନେଟୱର୍କ ନ ଥିବାରୁ ବହୁ ସମସ୍ୟା ହେଉ ଥିବା ଗ୍ରାମର ରଞ୍ଜିତ ମଲିକ ପ୍ରକାଶ କରିଛନ୍ତି I କେବଳ ଏତିକି ସମସ୍ୟା ନୁହେଁ ମେରାମାହା ଠାରୁ ହାତିମୁଣ୍ଡା ପର୍ଯ୍ୟନ୍ତ ଏବଂ ବିଜାଲୁ ଠାରୁ ହାତିମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା କହିଲେ ନ ସରେ I ଗ୍ରାମପଞ୍ଚାୟତବାସୀଙ୍କ ପାଇଁ ହାତିମୁଣ୍ଡା-ବିଜାଲୁ ଏବଂ ହାତିମୁଣ୍ଡା-ମେରାମାହା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା I ଏହା ସହ ମୋବାଇଲ ଟାୱାର ନ ଥିବାରୁ ୧୪ଟି ୱାର୍ଡର ଛାତ୍ରଛାତ୍ରୀ ୮କିମିରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ପାହାଡ଼ ମୁଣ୍ଡିଆ ଉପରକୁ ଯାଇ ବିପଦ ସଂକୁଳ ଅବସ୍ଥାରେ ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ପ୍ରକାଶ କରିଛନ୍ତି I ଅନେକ ସମୟରେ ନେଟୱାର୍କ ଫେଲ ହେବ ଯୋଗୁଁ ଅଧିକାଂଶ ସମୟରେ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ପାହାଡ଼ ଶିଖରକୁ ଯାଇ ମଧ୍ୟ ଅନଲାଇନ ଶିକ୍ଷା ଗ୍ରହଣ କରିନ ପାରି ନିରାଶ ହୋଇ ଫେରୁ ଥିବା କହିଛନ୍ତି I ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ ପାଖରେ ମୋବାଇଲ ଟାୱାର ପାଇଁ ଦାବୀ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନ ଥିବା ଅଭିଯୋଗ କରିଛନ୍ତି ଗ୍ରାମରବାସିନ୍ଧା ଶରତ ଚନ୍ଦ୍ର ମଲିକ I ଯଥା ସମ୍ଭବ ହାତିମୁଣ୍ଡା ଠାରେ ମୋବାଇଲ ଟାୱାର ସ୍ଥାପନ ସହ ରାସ୍ତା ମରାମତି ପାଇଁ ଦାବୀ କରିଛନ୍ତି ଗ୍ରାମପଞ୍ଚାୟତ ବାସୀ I ଯଦି ପ୍ରଶାସନ ହାତିମୁଣ୍ଡା ଗ୍ରାମପଞ୍ଚାୟତବାସୀଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତା ହେଲେ ଆଗାମୀ ଦିନରେ ଆନ୍ଦୋଳ କରାଯିବ ବୋଲି ଗ୍ରାମବାସୀ ଶିଶୁ ମଲିକ, ବିକ୍ରମ ପାଟମାଝି, ହେମନ୍ତ ମଲିକ, କେଶବ ପଡ୍ରI, ଶଙ୍କର ମଲିକ, ଅଶ୍ବିନୀ ପଡ୍ରI, ପରମେଶ୍ୱର ମଲିକ, ପାଶୁଙ୍ଗା ମଲିକ, ନେତ୍ରାନନ୍ଦ ବଳିଆରସିଂ, ହେନେରୀ ବଳିଆରସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି I ଯଦି ହାତିମୁଣ୍ଡା ଠାରେ ମୋବାଇଲ ଟାୱାର ସ୍ଥାପନ କରାଯାଏ ତା ହେଲେ ହାତିମୁଣ୍ଡା, ତାମଙ୍ଗି, କୁମ୍ଭାରୀପଦର, ପଶପଙ୍ଗା, ବିଜାଲି, କୋଶବସା, ପିତଡ଼ମାହା, ଗହିଏଜୁ, ବୁଜୁଲି, ଡାହୁ, ଦାଦାରଡ଼ି ଇତ୍ୟାଦି ଗ୍ରାମର ପାଖାପାଖି ୫ ହଜାର ଲୋକ ଉପକୃତ ହେବେ ବୋଲି ଗ୍ରାମପଞ୍ଚାୟତ ବାସୀ ଦାବୀ କରିଛନ୍ତି I ହାତିମୁଣ୍ଡା ଗ୍ରାମପଞ୍ଚାୟତବାସୀଙ୍କ ଦାବୀ ସମ୍ପର୍କରେ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷାଙ୍କ ପ୍ରତିକ୍ରିୟା ଗ୍ରହଣ କରାଯାଇ ଥିଲା I ହାତିମୁଣ୍ଡା ଠାରେ ମୋବାଇଲ ଟାୱାର ସ୍ଥାପନ ପାଇଁ ପ୍ରଶାସନକୁ ଅବଗତ କରାଯାଇଛି ବୋଲି ବ୍ଲକ ଅଧକ୍ଷା ରୁଦା ମଲିକ ପ୍ରତିକ୍ରିୟା ଦେଇଛନ୍ତି I

Related news

Skip to toolbar