କନ୍ଧମାଳ ସନ୍ତାନ

Breaking News

ପରଲୋକରେ ଆଦିବାସୀ ଟାଣୁଆ, ଲୋକପ୍ରିୟ ନେତା ଦାମୋଦର ପ୍ରଧାନ….

କନ୍ଧମାଳ ସନ୍ତାନ(ବ୍ୟୁର): ଆର ପାରିରେ ଲୋକ ପ୍ରିୟ ଟାଣୁଆ ଆଦିବାସୀ ନେତା ଦାମୋଦର ପ୍ରଧାନ I ଯାହାକୁ ଅଞ୍ଚଳବାସୀ ଦାମ ଆବା ବୋଲି ସମ୍ବୋଧନ କରୁଥିଲେ I ସେ ଥିଲେ ସବୁ ବର୍ଗର ଅତି ପ୍ରିୟର ପ୍ରାଚୀନ, ଅତି ପ୍ରିୟ ଅବା ଏବଂ ନନା I ଅନେକ କ୍ଷେତ୍ରରେ ଅଞ୍ଚଳବାସୀଙ୍କ ଉନ୍ନୟନ ଏବଂ ଭାଇଚାରା ବଜାୟ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ I ଯାହା ପାଇଁ ଦାମୋଦର ପ୍ରଧାନ ବେଶ ଲୋକପ୍ରିୟତା ହାସଲ କରିଥିଲେ I ଯାହାକୁ ଆଜି ମନେ ପକାଉଛନ୍ତି ଅଞ୍ଚଳବାସୀ I
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ଟାଣୁଆ ଆଦିବାସୀ ନେତା ଦାମୋଦର ପ୍ରଧାନଙ୍କ ୮୧ ବର୍ଷ ବୟସରେ ବିୟୋଗ ଘଟିଛି I ପରିବାର ସଦସ୍ୟଙ୍କ ସୂଚନା ମୁତାବକ ଆଜି (୩୦/୦୯/୨୦୨୦) ସକାଲେ ଦାମୋଦର ପ୍ରଧାନ ଆସୁସ୍ଥ ଅନୁଭବ କରିଥିଲେ ଏବଂ ୯ ଘଣ୍ଟିକା ସମୟରେ ହଠାତ ଦେହାନ୍ତ ଘଟିଥିଲା I ଦାମୋଦର ପ୍ରଧାନଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା I ସେ କେବଳ ଘୁ.ଉଦୟଗିରି ବ୍ଲକର ଟାଣୁଆ ନେତା ନ ଥିଲେ ସମଗ୍ର ଜିଲ୍ଲାର ଟାଣୁଆ ନେତା ଥିଲେ I ଦାମୋଦର ପ୍ରଧାନ ଖେଳ ପ୍ରେମୀ, ସମାଜସେବୀ, ମାନବପ୍ରେମୀ, ଲୋକପ୍ରିୟ ଆଦିବାସୀ ନେତା ଥିଲେ I ତାଙ୍କର ବିୟୋଗରେ ଅଞ୍ଚଳବାସୀ ମର୍ମାହତ ହୋଇ ଥିବା ଦେଖା ଦେଇଛି I ପରିବାର ସଦସ୍ୟଙ୍କ କହିବା ଅନୁସାରେ ଦାମୋଦର ପ୍ରଧାନ ୧୪/୦୪/୧୯୩୯ରେ ଜନ୍ମ ଗ୍ରହଣ କରିଥିଲେ I ପ୍ରାପ୍ତ ସୂଚନା ଅନୁସାରେ ୧୯୭୪ ମସିହାରେ ବିଧାୟକ ଭାବେ ନିର୍ବାଚନ ମଇଦାନକୁ ଓଲ୍ହାଇ ପରାଜିତ ଥିଲେ I ପରବର୍ତ୍ତୀ ମୁହୂର୍ତ୍ତରେ ମୂର୍ସହେଡ ମେମୋରିଆଲ ଖ୍ରୀଷ୍ଟିଆୟ ହସ୍ପିଟାଲରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ I ଯାହା ପାଇଁ ଡାକ୍ତର ଥୋମାସ ହସ୍ପିଟାଲର ଅନେକ କାର୍ଯ୍ୟକ୍ରମର ଭାର ନ୍ୟସ୍ତ କରିଥିଲେ I ଦାମୋଦର ପ୍ରଧାନଙ୍କ ମରଶରୀରକୁ ଅପରାହ୍ନ ୨.୩୦ମି ସମୟରେ ଦୁଇ ପୁଅ ବଳରାମ ପ୍ରଧାନ, ହୃଷିକେଶ ପ୍ରଧାନ, ଅନ୍ୟ ପରିବାର ସଦସ୍ୟଙ୍କ ଉପସ୍ଥିତରେ ବାଡେନାଯୁ ସ୍ମଶାନରେ ଦାହ କରାଯାଇଛି I

Related news

Skip to toolbar