କନ୍ଧମାଳ ସନ୍ତାନ

Breaking News

ଲୋକପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ଗୋଷ୍ଠିଉନ୍ନୟନ ଅଧିକାରୀ : ପ୍ରମୋଦ କୁମାର ମଲ୍ଲିକ, ଅଧକ୍ଷ ବାଲିଗୁଡ଼ା ବ୍ଲକ ବାଲିଗୁଡା ଗୋଷ୍ଠିଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀରେ ଧାରଣା ଦେଲେ ବ୍ଲକ ଅଧକ୍ଷ ସମେତ ଲୋକପ୍ରତିନିଧି

କନ୍ଧମାଳ ସନ୍ତାନ(ବ୍ୟୁର): ଲୋକପ୍ରତିନିଧିଙ୍କୁ ବାଲିଗୁଡ଼ା ଗୋଷ୍ଠିଉନ୍ନୟନ ଅଧିକାରୀଙ୍କ ଅଣଦେଖା I ଏହାର ପ୍ରତିବାଦରେ ଧାରଣାରେ ବସିଲେ ଲୋକ ପ୍ରତିନିଧି l ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ବ୍ଲକ ଅଧକ୍ଷ ଉପାଧ୍ୟାକ୍ଷ ସମିତି ସଭ୍ୟ ସରପଞ୍ଚଙ୍କ କଥାକୁ ନଶୁଣି ନିଜ ଇଛାରେ କାମ କରିଛନ୍ତି I

ଗୋଷ୍ଠିଉନ୍ନୟନ ଅଧିକାରୀ ଲୋକ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି I ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରମୋଦ କୁମାର ମଲିକ ଓ ଉପାଧ୍ୟାକ୍ଷା ମିନତୀ ସୁନା l ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ଦୁର୍ନୀତିଖୋର ଓ ଲାଞ୍ଚ ମନୋଭାବ ଯୋଗୁଁ ବ୍ଲକରେ ବିକାଶ ହୋଇପାରୁନି l ଆଦିବାସୀ ଓ ଦଳିତ ଗରିବ ଲୋକଙ୍କ ପ୍ରତି ଘୃଣାମନୋଭାବ ରହିଥିବା ଅଭିଯୋଗ ହେଉଛି l

ସାତ ମାସ ପୂର୍ବରୁ ବଦଳି ସ୍ଵତ୍ତ୍ୱେ କେଉଁ କାରଣରୁ ଜ଼ିଲ୍ଲା ପ୍ରଶାସନ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ବୋଲି ଅଧକ୍ଷ, ଉପାଦକ୍ଷ ଏବଂ ବ୍ଲକର ଅନ୍ୟ ଲୋକ ପ୍ରତିନିଧି ମାନେ ପ୍ରଶ୍ନ କରିଛନ୍ତି l ବାଲିଗୁଡା ଗୋଷ୍ଠିଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କୁ ଅତିଶୀଘ୍ର ବଦଳି କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଓ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବ୍ଲକ ଅଧକ୍ଷ,ଉପାଦକ୍ଷ ସମେତ ସମସ୍ତ ପଂଚାୟତର ଲୋକ ପ୍ରତିନିଧି l

ଘଟଣା ସମ୍ପର୍କରେ ଆମେ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରିଥିଲୁ I କିନ୍ତୁ ମୋବାଇଲ ସ୍ୱିଚଡଅଫ ଥିବାରୁ କୌଣସି ମତାମତ ମିଳି ପାରି ନାହିଁ I

Related news

Skip to toolbar