କନ୍ଧମାଳ ସନ୍ତାନ

Breaking News

ରାଜାଗାଡ଼ା ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ ପାଇଁ ଦାବୀ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର କୁର୍ମିଙ୍ଗିଆ ରାଜାଗାଡ଼ା ଜଳପ୍ରପାତକୁ ବିକାଶ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବୀ ଉଠିଛି I ଏହି ଜଳପ୍ରପାତ ଘୁ.ଉଦୟଗିରି ସହର ଠାରୁ ୮କିମି ଦୂରରେ ଅବସ୍ଥିତ I ରାଜାଗାଡ଼ା ଏକ ସୁନ୍ଦର ସ୍ଥାନ I ଯାହାକି ପର୍ଯ୍ୟଟକଙ୍କ ମନକୁ କିଣି ନେଉଛି I ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବର୍ତ୍ତମାନ ନିଜ ପ୍ରଚେଷ୍ଟାରେ ପର୍ଯ୍ୟଟକଙ୍କ ଯିବା ପାଇଁ ଜଳପ୍ରପାତ ସ୍ଥଳକୁ ରାସ୍ତା ତିଆରି କରୁଥିବା ଅଞ୍ଚଳର ଅବସର ପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ପ୍ରଧାନ ସୂଚନା ଦେଇଛନ୍ତି I ଏହି ଜଳପ୍ରପାତର ଫୋଟ ଏବଂ ଭିଡ଼ିଓ ସମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି I ଏହି ଜଳପ୍ରପାତର ବିକାଶ କରିବା ପାଇଁ ରେଭେନ୍ସା ମହାବିଦ୍ୟାଳୟର ପୂର୍ବତ୍ତନ ଛାତ୍ର ରାଜେଶ କୁମାର ବଗର୍ତ୍ତି ମଧ୍ୟ ସରକାରଙ୍କ ପାଖରେ ପ୍ରୋପଜାଲ ଦାଖଲ କରିଛନ୍ତି I ବର୍ତ୍ତମାନ ଏହି ସ୍ଥାନକୁ ପର୍ଯ୍ୟଟକ ବିପଦ ସଙ୍କୁଳ ଅବସ୍ଥାରେ ଯାଉଛନ୍ତି I ଯାହାକି ପର୍ଯ୍ୟଟକ ଜୀବନ ପ୍ରତି ବିପଦ ଥିବା ଅଞ୍ଚଳର ମଦନ ପ୍ରଧାନ ସୂଚନା ଦେଇଛନ୍ତି I ତେଣୁ ଯଥା ସମ୍ଭବ ରାଜାଗାଡ଼ା ଜଳପ୍ରପାତର ବିକାଶ କରିବା ସହ ଜଳପ୍ରପାତ ସ୍ଥଳକୁ ଯିବା ସକାଶେ ରାସ୍ତା ତିଆରି ପାଇଁ ଗଜପତି ପ୍ରଧାନ, ସୋସାନନ୍ଦ ପ୍ରଧାନ, ଟାର୍ଜନ ପ୍ରଧାନ, ଗାହୀରାଜ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଶିକ୍ରଭଞ୍ଜ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି I ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ଜଳପ୍ରପାତର ସ୍ଥଳକୁ ଯାଇ ବୁଲି ଦେଖିଥିବା ସୂଚନା ମିଳିଛି I

Related news

Skip to toolbar