କନ୍ଧମାଳ ସନ୍ତାନ

Breaking News

ଡ୍ରେନ ଭାଙ୍ଗି ଘର ନିର୍ମାଣ କାମକୁ ନେଇ ଉତ୍ତେଜନା….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳର ୧୩ ନମ୍ବର ୱାର୍ଡ ସୁନାପାଙ୍ଗା ଠାରେ ଡ୍ରେନ ଭାଙ୍ଗି ଜଣେ ବ୍ୟକ୍ତି ଘର ନିର୍ମାଣ କରୁ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି I

ଆଜି ଜଣେ ବାସୀନ୍ଧା ଗ୍ରାମ ବାସୀ ଯାତାୟାତ କରୁ ଥିବା କଂକ୍ରିଟ ରାସ୍ତା ଭାଙ୍ଗି ପୁନାଦୀ ଖୋଳୁଥିଲେ I ଏହି ସମୟରେ ଅଞ୍ଚଳ ବାସୀ ବିରୋଧ କରି ଥିଲେ I ଡ୍ରେନ ଭଙ୍ଗା କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବାରୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଥିଲେ I ତେଣୁ ଏହି ସମସ୍ୟାର ଯଥା ସମ୍ଭବ ସମାଧାନ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I ଏହି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଯେସିବି ଯାତାୟାତ କରିବା ଦ୍ୱାରା ସୁନାପଙ୍ଗା ଅଞ୍ଚଳର ରାସ୍ତା ଖରାପ ହେବାକୁ ବସିଲାଣି I ତେଣୁ ଏଥି ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ ଧ୍ୟାନ ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

Related news

Skip to toolbar