କନ୍ଧମାଳ ସନ୍ତାନ

Breaking News

ତୁମୁଡିବନ୍ଧ ପୁଲିସ ଦ୍ୱାରା ହେଲମେଟ ଯାଞ୍ଚ କଡ଼ାକଡ଼ି…

କନ୍ଧମାଳ ସନ୍ତାନ(ବ୍ୟୁର): ରାଜ୍ୟ ସରକାର ବର୍ତ୍ତମାନ ବିନା ହେଲମେଟରେ ଗାଡି ଚଳାଉ ଥିବା ବାଇକ ଚାଳକଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି I କିନ୍ତୁ ପ୍ରାୟ ଜନସାଧାରଣ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉ ଥିବା ଦେଖାଦେଇଛି I ଏହା ସହ ଆନେକ ସମୟରେ ବାଇକ ଚାଳକ ଜଣେ ପିନ୍ଧିଥିବା ବେଳେ ଅନ୍ୟ ଜଣେ ବିନା ହେଲମେଟରେ ଯାତ୍ରା କରୁଛନ୍ତି I ଆଜି ତୁମୁଡିବନ୍ଧ ଓ.ଆଇ.ସି ବାବା ଶଙ୍କର ସରାଫ, ଏସ.ଆଇ ଜୟନ୍ତ କୁମାର ସେଠି, ଏସ.ଆଇ ତ୍ରିଲୋଚନ ପ୍ରଧାନ ବାଇକ ଚଳକଙ୍କୁ ସଚେତନତା କରିବା ସହ ହେଲମେଟ ଚେକିଂ ବହୁତ ଜୋରଦାର କରିଛନ୍ତି I ନିୟମ ଉଲଘଂନ କରିଙ୍କ ଠାରୁ ଫାଇନ ଆଦାୟ ମଧ୍ୟ କରୁଛନ୍ତି I ତୁମୁଡିବନ୍ଧ ପୁଲିସ ବାଇକ ଚାଳକଙ୍କୁ ଠାରୁ ଚାଲାଣ କାଟିବ ସହ ସଚେତନତାର ବାର୍ତ୍ତା ଦେଇ ଜୀବନ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରୁଛନ୍ତି I ହେଲମେଟ ପିନ୍ଧନ୍ତୁ କାରଣ ଆପଣଙ୍କ ଘରେ ଆପଣଙ୍କ ପରିବାରର ସଦସ୍ୟ ଆପଣଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିବେ I ଆପଣଙ୍କର ଜୀବନ ମୂଲ୍ୟବାନ ଆପଣ ଜାଣିନାହାନ୍ତି କିନ୍ତୁ ପରିବାର ସଦସ୍ୟ ଜାଣିଛନ୍ତି ବୋଲି ଜଣାଇଥିଲେ ତୁମୁଡିବନ୍ଧ ଥାନା ଓ. ଆଇ.ସି ବାବା ଶଙ୍କର ସରାଫ I

Related news

Skip to toolbar