କନ୍ଧମାଳ ସନ୍ତାନ

Breaking News

ଗଂଜେଇ ଏବଂ ମଦ ଚୋରା କାରବାର, ୩ ଗିରଫ

କନ୍ଧମାଳ ସନ୍ତାନ(ବ୍ୟୁର): ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ପକ୍ଷରୁ ଚଢ଼ାଉ । ୮କେଜି ୨୦୦ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ । ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ହରନେଟ୍ ମୋଟର ସାଇକେଲ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାଳିଶି ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ଚୋରା ଚାଲାଣକାରୀ ଦୁଇଜଣ ବାଲିଗୁଡ଼ା ଥାନା ନୂଆସାହିର ପ୍ରଭାତ କୁମାର ଗୌଡ଼ ଓ ଅନ୍ୟ ଜଣକ ବଜାର ସାହିର ଦେବାଶିଷ ପାଢ଼ୀ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ମୋଟର ସାଇକେଲ ଦୃତ ଗତିରେ ଯାଉଥିବା ଦେଖି ପୁଲିସ ମୋଟର ସାଇକେଲକୁ ପିଛା କରିଥିଲା ଏବଂ କ.ନୂଆଗାଁ ନିକଟରୁ ଦୁଇ ଯୁବକଙ୍କୁ କାବୁ କରିଥିଲା । ଯାଞ୍ଚ କରିବାପରେ ସେମାନଙ୍କ ନିକଟରୁ ଆଠ କେଜି ଦୁଇଶହ ଗ୍ରାମ୍ ଗଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀନିବାସ ସାମଲ ।
ସେହି ପରି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇନ୍ଦ୍ରଗଡ ଗ୍ରାମର ଜଣେ ବ୍ୟକ୍ତି ୩୪ ଟି ବିଦେଶୀ ମଦ ନେଉଥିବା ବେଳେ ପୁଲିସ ସୂଚନା ପାଇ ଗିରଫ କରିଛି I ଗିରଫ ଜଣକ ହେଲେ ଇ ନ୍ଦ୍ରଗଡ଼ ଗ୍ରାମର ଯୁବରାଜ ମଳିକ I ରାଇକିଆ ଥାନା ପୁଲିସ ଏନେଇ ୫୨ /୨୦୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଥିବା ସୂଚନା ମିଳିଛି I

Related news

Skip to toolbar